ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ପଞ୍ଚାୟତ ଅଧିନସ୍ଥ ବିରିପୁର ଗ୍ରାମରେ ଜିଲ୍ଲା ପରିଷଦ ସଭ୍ୟ ଙ୍କ ଅନୁଦାନରେ ୧୦ଲକ୍ଷ୍ୟ ଟଙ୍କାରେ ନିର୍ମିତ ହୋଇଥିବା ମୁକ୍ତାକାଶ ବ୍ୟାୟାମ କେନ୍ଦ୍ରକୁ ଜିଲ୍ଲା ପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ ଉଦଘାଟନ କରିଥିଲେ । ଏଥିରେ ଅନ୍ୟତମ ଅତିଥିଭାବେ ଗୋବରା ସରପଞ୍ଚ ସୁପ୍ରଭା ନାୟକ, ସମିତିସଭ୍ୟ ବିଭୂପାଦ ଜେନା, ନାଏବ ସରପଞ୍ଚ କାର୍ତ୍ତିକ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ପୂର୍ବତନ ସମିତିସଭ୍ୟ ରାମେଶ୍ୱର ରାଉତ, ସୁରେନ୍ଦ୍ର ଦାଶ ଦିଲ୍ଲୀପ କୁମାର ରାଜୁ,ନାରାୟଣ ଗୌଡ଼, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅମିତ ନାୟକ, ୱାର୍ଡ ମେମ୍ବର ସଞ୍ଜୟ ବାରିକ, ସମବାୟ ସମିତି ସଭାପତି ରଙ୍କନିଧି ସ୍ୱାଇଁ, ଯୁବ ସମାଜସେବୀ ନାରାୟଣ ପାତ୍ର ଓ ଜଳନ୍ଧର ନାୟକ ଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ ବ୍ୟକ୍ତି ଯୋଗଦେଇଥିଲେ। ଏହି ବ୍ୟାୟାମ କେନ୍ଦ୍ର ଗୋବରା ପଞ୍ଚାୟତର ଡ଼େଙ୍ଗାପଦର ଓ ବିରିପୁର ମଝିରେ ହନୁମାନ ମନ୍ଦିର ନିକଟରେ ରହିଥିବାରୁ ଉଭୟ ଗ୍ରାମର ଗ୍ରାମବାସୀ ଉପକୃତ ହୋଇପାରିବେ
Sign in
Sign in
Recover your password.
A password will be e-mailed to you.
Next Post