ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ମହାନ୍ ଚିନ୍ତା ନାୟକ ତଥା ଏକାତ୍ମମାନବବାଦ ଦର୍ଶନ ର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ପୁଣ୍ୟ ତିଥି ୧୧ ଫେବୃୟାରୀ କୁ ସମର୍ପଣ ଦିବସ ୨୦୨୫ ରୁପେ ଭାରତୀୟ ଜନତା ପାର୍ଟି ଭଞ୍ଜନଗର ବିଧାନସଭା ତରଫରୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଫରେଷ୍ଟ୍ ଡାକ ବଙ୍ଗଳା ଠାରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ ଉପସ୍ଥିତି ରେ ଏକ ବୈଠକ ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।
*ପ୍ରଭାବଶାଳୀ ବ୍ୟକ୍ତିତ୍ବ, ପ୍ରଖର ଚିନ୍ତାଧାରା, ସଂଗଠନ କାରୀ, ଶିକ୍ଷାବିତ୍ ଏକ ସାଧାରଣ ଭାରତୀୟ ଭାବରେ ଜନ ଗହଳିରେ ହଠାତ୍ ହଜିଯାଇଥିବା ଏକ*ସାମାନ୍ୟ ଚେହେରା, ଯାହାର ସାମାନ୍ୟ ଗୋରା ପତଳା ଶରୀରରେ ଭରି ରହିଥିଲା ଆକାଶ ଭଳି ବିଶାଳ ବ୍ୟକ୍ତିତ୍ୱ, ସମୁଦ୍ର ଠୁ ଅଧିକ ଗଭୀର ଚିନ୍ତାଧାରା ଏବଂ *ସମୟର ପରିବର୍ତ୍ତନ ରେ ସଠିକ୍ ପାଦଚିହ୍ନ ଥାପିବାର ପ୍ରବଳ ଶକ୍ତିଧାରୀ, ଏହିପରି ଥିଲେ ଏକାତ୍ମମାନବବାଦ ଏବଂ ଅନ୍ତଦ୍ୟୋୟ ଦର୍ଶନ ର *ପ୍ରଣେତା ଥିଲେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ। ଏହି ମହାନ ବ୍ୟକ୍ତିଙ୍କ ଜନ୍ମ ୧୯୧୬ ମସିହା ରେ ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାର ଏକ ଛୋଟ ଗ୍ରାମ ଗରିବ ପରିବାରେ ହୋଇ ଥିଲା। ୧୧ ଫେବୃୟାରୀ ୧୯୬୮ ମସିହା ରେ ଏହି ମହାନ୍ ରାଷ୍ଟ୍ର ଧର୍ମି ଙ୍କୁ ହତ୍ୟା କରାଯାଇଥିବ ଶୁଣାଯାଏ। ସେଥିନିମିତ୍ତ ସେହି ଦିନକୁ ଅବିସ୍ମରଣୀୟ ରଖିବା ପାଇଁ ଭଞ୍ଜନଗର ବିଜେପି ପକ୍ଷରୁ ଆଜିର ଆୟୋଜିତ ସମର୍ପଣ ଦିବସ ବୈଠକ ରେ ମାନନୀୟ ବିଧାୟକ ଙ୍କ ସହିତ ଭାରତୀୟ ଜନତା ପାର୍ଟି ଭଞ୍ଜନଗର ମଣ୍ଡଳ ସଭାପତି ସନ୍ଦିପ୍ ଭୂୟାଁ,ବରିଷ୍ଠ ଅଧିବକ୍ତା ସନ୍ତୋଷ କୁମାର ପାଳ, ନଗର ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି, ବ୍ଳକ୍ ସାଂସଦ ପ୍ରତିନିଧି ରବିନ୍ଦ୍ର କୁମାର ଗୈାଡ, ରାଜ୍ୟ ପରିଷଦ ସଦସ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ, ଭଞ୍ଜନଗର ସାଂଗଠନିକ ଜିଲ୍ଲା ସଭାପତି ନୀଳମାଧବ ପାତ୍ର, ଜିଲ୍ଲା ସଦସ୍ୟ ଶିବ ପ୍ରସାଦ ମହାପାତ୍ର, ଓବିସି ମୋର୍ଚ୍ଚା ସଭାପତି ମାନସ କୁମାର ଜେନା, ଅଧିବକ୍ତା ସମୀର କୁମାର ନାୟକ ଓ ପ୍ରଭାକର ପାତ୍ର ଉପସ୍ଥିତ ଥିଲେ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ , ତାଙ୍କ ରାଜନୈତିକ ତଥା ସାଙ୍ଗଠନିକ ରାଷ୍ଟ୍ର ଧର୍ମ ଗୁରୁ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଭାରତ ମାତାଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇ ଆଜିର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏଥିରେ ମଣ୍ଡଳ ସଭାପତି ସମସ୍ତ ଅତିଥି ମାନଙ୍କ ପରିଚୟ ପ୍ରଦାନ ସହିତ ଆଜିର କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପାଇଁ ଅନୁରୋଧ କରିଥିଲେ। ସମସ୍ତ ମଞ୍ଚାସିନ ଅତିଥି ନିଜ ନିଜର ଭାଷଣ ମାଧ୍ୟମରେ ମହାନ୍ ସଂଗଠନ, ପତ୍ରକାର, ସନାତନ ହିନ୍ଦୁ ରାଷ୍ଟ୍ରର ପ୍ରଚାରକ, ଶିକ୍ଷାବିତ୍ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ସଂଘର୍ଷ ମୟ ଜିବନୀ ବିଷୟରେ କହିଥିଲେ। ଆଜିର ବୈଠକ ରେ ସବୁଠାରୁ ପ୍ରଖର, ଗମ୍ଭୀର ଓ ସନାତନ ହିନ୍ଦୁ ରାଷ୍ଟ୍ରୀୟ ସଂଗଠନ ର ତେଜୋମୟ ଭାଷଣ ଶୁଣିବାକୁ ମିଳିଥିଲା ଭଞ୍ଜନଗର ସାଂଗଠନିକ ଜିଲ୍ଲା ସଭାପତି ଙ୍କ ଠାରୁ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ବାଲ୍ୟକାଳର କଷ୍ଟମୟ ଜିବରୁ ସେ ଶିକ୍ଷା କ୍ଷେତ୍ରରେ ଦୁଇ ଦୁଇଥର ସ୍ଵର୍ଣ୍ଣ ଉପାଧି ପାଇବା ପରେ ଉଚ୍ଚ ଶିକ୍ଷା ସମୟରେ ଗୁରୁ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ସହିତ ସାକ୍ଷାତ ହୋ ସେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ରେ ଯୋଗଦାନ କରି ତାଙ୍କର ବଳିଷ୍ଠ ଚିନ୍ତାଧାରା, ବ୍ୟକ୍ତିତ୍ୱ ଦ୍ଵାରା ଦେଶ ସ୍ଵାଧୀନତା ପାଇବା ପରେ ଏକ ନୂଆଁ ରାଜନୈତିକ ଦଳ ” ଭାରତୀୟ ଜନ ସଂଘ” ର ଅଧ୍ୟକ୍ଷ ହୋଇପାରିଥିଲେ। ଯାହା ଆଜି ଭାରତୀୟ ଜନତା ପାର୍ଟି ର ରୁପ। ସେଥିନିମିତ୍ତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ଏକାତ୍ମମାନବବାଦ ଓ ଅନ୍ତୋଦୟ ସ୍ଵପ୍ନକୁ ସାକାର କରିବା ପାଇଁ ଭାରତୀୟ ଜନତା ପାର୍ଟି ସରକାର ଦୃଢ଼ ସଙ୍କଳ୍ପ ଗ୍ରହଣ କରିଛି ବୋଲି କୁହାଯାଉଛି। ଆଜି ଭଞ୍ଜନଗରସ୍ଥ ବନ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ଏହି ସମର୍ପଣ ବୈଠକ ରେ ସମ୍ମାନନୀୟ ଅତିଥି ମାନଙ୍କ ସହ କାଳିଆ ବେହେରା, ମନୋଜ ପଟ୍ଟନାୟକ, ସିଦ୍ଧାର୍ଥ ପାଢ଼ୀ, ଲଷ୍ମୀନାରାୟଣ ପଣ୍ଡା ଙ୍କ ସମେତ ସମସ୍ତ ନଗର ସଭାପତି, ସମସ୍ତ ବୁଥ୍ ସ୍ତରୀୟ ସଭାପତି ସହିତ ସମସ୍ତ ଭାରତୀୟ ଜନତା ପାର୍ଟି ଭଞ୍ଜନଗର ର କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post