ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠିତ

0 1

ପଦମପୁର ତା ୧୨/୦୨ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଅନ୍ତର୍ଗତ ବିଦ୍ୟାଳୟ ଚକ୍ଷୁ ସ୍ଵାସ୍ଥ୍ୟ ସମ୍ପର୍କିତ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ସହ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଶିବ ପ୍ରସାଦ ଯୋଶୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ସହ ଶିକ୍ଷାଅଧିକାରୀ ଶ୍ରୀ ରାମସିଂ ଭୋଇ, ଶ୍ରୀ ବିଶିକେସନ ଶତପଥୀ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀ ଏଵଂ ବି. ଆର୍. ଟି ଶ୍ରୀ ପ୍ରଭାତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଶ୍ରୀ ଗଣେଶ ଓ ମା ସରସ୍ୱତୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଶ୍ରୀ ଟିକୁନୁ ସାହୁ ମନ୍ତ୍ରପାଠ କରିଥିଲେ। ଜମଲା ଉପ ସ୍ଵାସ୍ଥ୍ୟକେନ୍ଦ୍ର ରୁ ଆସିଥିବା ବ୍ଲକ ପ୍ରୋଗ୍ରାମ ମେନେ ଜର୍ ୱାସିମ୍ ରାଜା ଏହି ପ୍ରଶିକ୍ଷଣର ବିଭିନ୍ନ ଦିଗ ଉପରେ ବିଶଦ ଭାବରେ ଆଲୋଚନା କରିବା ସହ ବୁଝାଇଥିଲେ। ଶ୍ରୀ ପ୍ରଭାତ ସାହୁ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଶ୍ରୀ ବିଶିକେସନ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.