ଅଟଳ ବିହାରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ।

0 1

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ଅଟଳ ବିହାରୀ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମ ଲୋଚନ ପଣ୍ଡା, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ, ପୌର ଅଧ୍ୟକ୍ଷା ନିବେଦିତା ବେହେରା ଯୋଗ ଦେଇଥିଲେ। ଅଧ୍ୟକ୍ଷ ବିଷ୍ଣୁ ମୋହନ ସ୍ୱାଇଁ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ଉପଦେଷ୍ଟା ଅଧ୍ୟାପକ ବିଜୟ କୁମାର ଅଗସ୍ତି ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ଉପଦେଷ୍ଟା ଅଧ୍ୟାପକ ଗିରିଶ ଚନ୍ଦ୍ର ପୃଥାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ସେହିପରି ଉପଦେଷ୍ଟା ଅଧ୍ୟାପକ ଅଶୋକ କୁମାର ମହାନ୍ତି, ଅଧ୍ୟାପକ ରାଜେନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଅନେକ ମୂଲ୍ୟବାନ କଥା ନିଜ ନିଜର ବକ୍ତବ୍ୟ ରେ ପ୍ରଦାନ କରିଥିଲେ। ଏହି ଅବସର ରେ କୃତି ବିଦ୍ୟାର୍ଥୀ ମାନଙ୍କୁ  ପୁରସ୍କାର ପ୍ରଦାନ କରାଯାଇଛି। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

Leave A Reply

Your email address will not be published.