ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଇଣ୍ଟରନେଟ ସୁରକ୍ଷା ଦିବସ ଆଜି (ମଙ୍ଗଳବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରତିବର୍ଷ ଫେବୃଆରୀ ଦ୍ଵିତୀୟ ମଙ୍ଗଳବାର ଦିନ ଇଣ୍ଟରନେଟ ସୁରକ୍ଷା ଦିବସ ଭାବରେ ସାରା ବିଶ୍ୱରେ ପାଳିତ ହେଉଅଛି।
ଏହି ଅବସରରେ ଇଣ୍ଟରନେଟ ସୁରକ୍ଷା ଦିବସ ବିଷୟବସ୍ତୁ ରହିଥିଲା “ଏକ ଭଲ ଇଣ୍ଟରନେଟ ପାଇଁ ଏକାଠି” ବିଷୟବସ୍ତୁ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ସମସ୍ତ ଜନସାଧାରଣ ଓ ସରକାରୀ କର୍ମଚାରୀଙ୍କୁ ସଚେତନତା ସୃଷ୍ଟି କରାଯିବ ତଥା ଇଣ୍ଟରନେଟ ସୁରକ୍ଷାର ଓ ଦାୟିତ୍ଵ ପୂର୍ଣ୍ଣ ବ୍ୟବହାର ସହିତ ସାଇବର ସୁରକ୍ଷା ସଚେତନତା ହେବାର ଆବଶ୍ୟକତା ରହିଛି।
ସେହିପରି ଇଣ୍ଟରନେଟ ମାଧ୍ଯମରେ ହେଉଥିବା ବିଭିନ୍ନ ପ୍ରକାର ଠକେଇ ରୁ ସୁରକ୍ଷିତ ରହିବା ପାଇଁ ସଚେତନତା ହେବା ଜରୁରୀ , ଏଣୁ ଏହି ସଂପର୍କରେ ଏକ ଆଲୋଚନା ଚକ୍ରରେ ସାଇବର ଅପରାଧିକ ମାନେ ଟଙ୍କା ଠକେଇ କରନ୍ତି ଯାହା ୟୁପିଆଇ ପେମେଣ୍ଟ ଠକେଇ , କ୍ୟୁଆର କୋଡ୍ ସ୍କାନ୍ ଠକେଇ , ପାର୍ସେଲ ନାଁ ରେ ଠକେଇ , କୌନ ବନେଗା କରୋଡପତି ଭଳି ଅପରାଧିକ ଲଟେରୀ ସ୍କାମ ଜରିଆରେ ଠକେଇ , ମୋବାଇଲ୍ ଆଫଲିକେସନ୍ , ଅନଲାଇନ୍ ବ୍ୟାଙ୍କିଙ୍ଗ ଓ ଇଣ୍ଟରନେଟ ଫ୍ରୀ-ରିଚାର୍ଜ ପ୍ରମୁଖ ଠକେଇ ସଂପର୍କରେ ଅବଗତ କରାଇବା ସହିତ ଠକେଇରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଓ କୌଶଳ ଅବଲମ୍ବନ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ଆଲୋଚନା ଚକ୍ରରେ ଜିଲ୍ଲା ରାଷ୍ଟ୍ରୀୟ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ଟି. ବାଳ କୃଷ୍ଣା ମୂର୍ତ୍ତି ଓ ସହାୟକ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀ ରାଜ ଆନନ୍ଦ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତି ଭାବରେ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post