ବୀରମହାରାଜପୁରଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

0

ସୁବର୍ଣ୍ଣପୁର ଶାସକପ୍ରଶାସକ(ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ସଞ୍ଜୟ ମହାପାତ୍ର, ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ହିମାଂଶୁ ଶେଖର ପାଢ଼ୀ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଆଶୁତୋଷ ହୋତା, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଅଧିକାରୀ ବିଜୟ ବିଶ୍ୱାଳ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ। ଏକ୍ସନଏଡ଼ର ରାଜ୍ୟ ସଂଯୋଜକ ତଥା ସାଧନା କର୍ମୀ ଘାସିରାମ ପଣ୍ଡା ସମାଜରେ ଲିଙ୍ଗଗତ ବୈଷମ୍ୟ ଓ ଭେଦଭାବ କାରଣରୁ ହେଉଥିବା ବିଭିନ୍ନ ପ୍ରକାରର ହିଂସା, ଏହାର କାରଣ ଓ ନିରାକଉପରେ ବକ୍ତବ୍ୟ ଦେଇଥିବା ବେଳେ ଅନ୍ୟତମ ସାଧନା କର୍ମୀ ଜିଲ୍ଲା ଜୁଭିନାଇଲ ଜଷ୍ଟିସ ବୋର୍ଡ ମେମ୍ବର ତଥା ଆଇନଜୀବୀ ରଂଜିତା ସାହୁ ମହିଳା ମାନଙ୍କ ପାଇଁ ରହିଥିବା ବିଭିନ୍ନ ଆଇନ ଏବଂ ସାହାଯ୍ୟକାରୀ ଅନୁଷ୍ଠାନ ଉପରେ ବକ୍ତବ୍ୟ ପ୍ରଦାନ ପୂର୍ବକ ଉପସ୍ଥିତ ସଦସ୍ୟ, ସଦସ୍ୟା, ଆଶା, ଅଙ୍ଗନବାଡି କର୍ମୀ ସମେତ କଲେଜ ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ l ପ୍ରୋଗ୍ରାମ ଅଫିସର ଅନିତା ଗୁରୁ ସଂଯୋଜନା କରିଥିବାବେଳେ, ବୀରମହାରାଜପୁର ସି ଡ଼ି ପି ଓ ମଞ୍ଜୁଲତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ, ସଂଜୀବ କୁମାର ମିଶ୍ର, ପ୍ରତାପ ପଧାନ, ଅକ୍ଷୟ କୁମାର ସିଂହ, ବିକାଶ ପଣ୍ଡା, ଶାନ୍ତନୁ କୁମାର ମେହେର, ରଶ୍ମିତା ଷଡ଼ଙ୍ଗୀ, ପ୍ରଦୀପ ଦାଶ, ଲିଙ୍ଗରାଜ ବିଶି, ମନୋଜ ରାଜହଂସ ପ୍ରମୁଖ ସହଯୋଗ କରିଥିଲେ l\

Leave A Reply

Your email address will not be published.