(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଓଡ଼ିଶାର ଇତିହାସ ରେ ଖଲ୍ଲିକୋଟ ର ସ୍ଥାନ ଅଦ୍ୱିତୀୟଥିଲା ବେଳେ, ମହି଼ୟସୀ ମହିଳା, ନିତୀ ର ପ୍ରତିକ, ତଥା ଵାକ୍ ଚାତୁରୀ ର ଅଧିକାରୀଣି, ମିଷ୍ଟଭାଷୀ, କର୍ତ୍ତବ୍ୟ ନିଷ୍ଠା, ସାହାସୀକତା, ବଳିଷ୍ଠ ରାଜନୈତିକ କ୍ଷେତ୍ର ରେ ନିପୁଣତା,ବିଧାୟିକା ଭାବରେ ଦଶ ଦଶ ଥର ବିଜୟୀହୋଇ ଓଡ଼ିଶାର ମାନସ ପଟରେ ଖ୍ୟାତି ଅର୍ଜନ କରିଥିବା , ସ୍ବର୍ଗତ ଭି, ସୁଜ୍ଞାନ କୁମାରୀ ଦେଓଙ୍କ ଆଜି ସ୍ଥାନୀୟ ନିର୍ମଳ ଝର ଫାର୍ମ ହାଉସ୍ ରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଦିବସ ମହା ଆଡମ୍ବର ରେ ପାଳିତ ହୋଇ ଯାଇଅଛି।
ଏଅଵସରରେ ଯୋଗଦେଇଥିଲେ ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ , ବର୍ତ୍ତମାନ କାର୍ଯ୍ୟରତ ବିଧାୟକ, ଖଲ୍ଲିକୋଟ,କବି ସୂର୍ଯ୍ୟ ନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର କର୍ମୀ ଓ ନେତାମାନେ ବୋଲି ଜଣାପଡ଼ିଛି। ଆଜିର ଏ କାର୍ଯ୍ୟକ୍ରମ ରେ ମଞ୍ଚାସୀନ ଥିଲେ , ରମେଶଚନ୍ଦ୍ର ଚ୍ୟାଉପଟ୍ଟ ନାୟକ, ପୂର୍ଣ୍ଣଚନ୍ଦ୍ର ସେଠୀ, ବିକ୍ରମ କେଶରୀ ଅରୁଆ, ସଞ୍ଜୟ ଦାସବର୍ମା, ପ୍ରଦୀପ ଅମାତ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନୀ ସାହୁ ,ସୁବାଷ ଚନ୍ଦ୍ର ବେହେରା, ନାରାୟଣ ରେଡ୍ଡୀ, ହରପ୍ରସାଦ ସାହୁ, ସୂର୍ଯ୍ୟ ମଣି ବୈଦ୍ୟ ତଥା ଅନ୍ୟାନ୍ୟ ରାଜପ୍ରେମୀ ବ୍ୟକ୍ତି ବିଶେଷ ମାନେ ବୋଲି ଜଣାପଡିଛି। ତା ସହିତ ଜଡିତ ଥିଲେ ରାଣୀ ସାହେବଙ୍କ ପୁତୁରା ଡଃ, ସକେତ ରାମା ରାଓ, ପୁତ୍ର ବଧୁ, ଭାସ୍କର ରାଓ, ଭଉଣୀ , ଝିଆରୀ ଓ ଆତ୍ମୀୟ ସୋଦର ବାନ୍ଧବ ମାନେ।
ଓଡିଶାର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ, ଅନ୍ୟାନ୍ୟ ମାନେ ଆଜି ର ଦିନ ରେ ବାର୍ତ୍ତା ପଠାଇଥିଲେ ବୋଲି ଜଣାପଡିଛି।
ସଭା ଶେଷ ରେ ପୂର୍ବତନ ବ୍ଳକ୍ ଚେୟାର ମେନ୍ ତଥା ବରିଷ୍ଠ ଓକିଲ ବିପ୍ରଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.