ସୁବର୍ଣ୍ଣପୁର,ଶାସକପ୍ରଶାସକ (ପ୍ରକାଶ କୁମାର ହାତୀ) ମହିମା ଧର୍ମର ଅନନ୍ୟ ପୀଠସ୍ଥଳୀ ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲିର ଭୀମଭୋଇ ସମାଧି ପୀଠରେ ଆରମ୍ଭ ହୋଇଥିବା ପବିତ୍ର ମାଘମେଳାରେ ମହିମାଧର୍ମୀ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ପୀଠସ୍ଥଳୀ ଉତ୍ସବମୁଖର ହୋଇଉଠିଛି । ମାଘ ତ୍ରୟୋଦଶୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ସମାଧି ପୀଠ ପରିଦର୍ଶନରେ ଆସି ସନ୍ଥକବି ଭୀମଭୋଇଙ୍କ କଠଉ ମନ୍ଦିର,ଭଜନ ମଣ୍ଡପ ଓ କବିଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସଂଗ୍ରହାଳୟ ପରିଦର୍ଶନ ସହ ଶୂନ୍ୟବ୍ରହ୍ମଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ବାବା ମାତା, ସମଧିପୀଠ ଟ୍ରଷ୍ଟର କର୍ମକର୍ତ୍ତା, ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀଙ୍କ ସହ ପୀଠର ଉନ୍ନତି ପାଇଁ ଆଲୋଚନା କରିଥିବାବେଳେ ଆଗାମୀ ଦିନରେ ଭୀମଭୋଇ ସମାଧି ପୀଠର ସାମଗ୍ରିକ ବିକାଶ ପ୍ରତି ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି କହିଛନ୍ତି । ଉପଜିଲ୍ଲାପାଳ ସୋନପୁର ଡ଼ଃ ସୌମ୍ୟାରୁପା ରଥ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଆଜିର ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଅନ୍ୟାନ୍ୟ ଅତିଥିଭାବେ କୁଳପତି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରଫେସର ଏନ ନାଗାରାଜୁ, ଲକ୍ଷ୍ମଣ ମେହେର ପୂର୍ବତନ ସଭାପତି, କେନ୍ଦ୍ର ସମବାୟ ବ୍ୟାଙ୍କ, ବଲାଙ୍ଗିର, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଭୀମ ଭୋଇ ଚେୟାରର ଅଧ୍ୟକ୍ଷ ଡ଼ଃ ପ୍ରଦୀପ ପଣ୍ଡା ଓ ବିଶିଷ୍ଠ ଗବେଷକ ତଥା ଲେଖକ ଡ଼ଃ ଦ୍ୱାରିକାନାଥ ନାୟକ, ଅରୁଣ କୁମାର ଷଡଙ୍ଗୀ ଅଧ୍ଯକ୍ଷ, ଗ୍ରା.ପ. ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଲଛିପୁର ପ୍ରମୁଖ ଯୋଗଦାନ କରିଥିବା ବେଳେ ମନ୍ଦିର ଟ୍ରଷ୍ଟି ଛାତ୍ରଧାରୀ ଅଗ୍ରୱାଲ, ମଠାଧୀଶ ବାବା ସନ୍ୟାସୀ ଦାସ ସମେତ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷ,ଶତାଧିକ ଶ୍ରଦ୍ଧାଳୁ ପ୍ରମୁଖ ମାଘମେଳାର ଏହି ଭବ୍ୟ ତିଥିରେ ସାମିଲ ହୋଇଥିଲେ। ତା ୧୧ ଓ ୧୨ ଫେବୃଆରୀ ଚତୁର୍ଦଶୀ ଓ ପୂର୍ଣ୍ଣମୀ ଦୁଇଦିନ ସର୍ବସାଧାରଣ ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ମନ୍ଦିର ଖୋଲା ରହିବ।
Sign in
Sign in
Recover your password.
A password will be e-mailed to you.
Prev Post