ବିଜେପୁର ମହାବିଦ୍ୟାଳୟର ବାର୍ଷିକୋତ୍ସବ

0

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟର ୩୬ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଯୋଗଦେଇ ପିତାମିତା ଓ ଗୁରୁଙ୍କ ଆଶିର୍ବାଦ ବିନା ବଡ ମଣିଷ ହେବା ଅସମ୍ଭବ ବୋଲି ମତବ୍ୟକ୍ତ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟା ଯୋଗଦେଇ ନୈତିକ ଶିକ୍ଷା ସହିତ ସମାଜର ସେବାରେ ଦୀପ ଭଳି ଜଳି ଅନ୍ୟକୁ ଆଲୋକିତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ସମ୍ବଲପୁର ମହିଳା ମହାବିଦ୍ୟାଳୟର ଓଡିଆ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଅଖିଳ ବିଶ୍ବାଲ ଯୋଗଦେଇ ଭାରତୀୟ ସଂସ୍କୃତିର ମହାନତାରେ ସମର୍ପିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସଂସ୍କୃତ ପ୍ରାଧ୍ୟାପକ ମହେନ୍ଦ୍ର ପଧାନ ସଭା ପରିଚାଳନା କରିଥିବା ବେଳେ ସାଂସ୍କୃତିକ ସଂସଦର ଉପ-ସଭାପତି ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଅନ୍ୟତମ ଉପ-ସଭାପତି ଅକ୍ଷୟ କୁମାର ସାହୁ ଉପସ୍ଥିତ ସମସ୍ଥଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମହାବାଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକାଙ୍କ ନିଷ୍ଠାପର ଉଦ୍ୟମରେ ମହାବିଦ୍ୟାଳୟ ପ୍ରସିଦ୍ଧି ଲାଭ କରିଥିବାରୁ ନିଜକୁ ଗୌରବାନ୍ବିତ ମନେକରିବା ସହିତ ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଆହୁରି ବଳବତ୍ତର ରଖିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା +2 ଓ +3 ଛାତ୍ରଛାତ୍ରୀଙ୍କୁ ସାଫଳ୍ୟ ଭୋଇ ପୁରଷ୍କାର, +2 ଛିତ୍ରତାତ୍ରୀଙ୍କୁ ସୁରବୃଦ୍ଧା ଓ ଯଶୋବନ୍ତ ସାହା ପୁରଷ୍କାର, +3 ଛାତ୍ରଛାତ୍ରୀଙ୍କୁ ପ୍ରତିଭା ସମ୍ମାନ ଏବଂ ବିଶ୍ବବିଦ୍ୟାଳୟରେ କଲେଜର ଗୌରବ ବୃଦ୍ଧି କରିଥିବା ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା । ଦ୍ବିତୀୟ ଅଧିବେଶନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ପରିବେଷିତ ସିଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ମନମୁଗ୍ଧ କରିଥିଲା ।

Leave A Reply

Your email address will not be published.