ବୀରମହାରାଜପୁର ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି l ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାମପ୍ରସାଦ ସାହୁ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୫୯ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୪୮ ଗୋଟି ଗ୍ରହଣ କରାଯାଇଥିବା ବେଳେ ୧୧ ଗୋଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି l ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଶିବିର ଅବସରରେ ଜିଲ୍ଲାପାଳ ଶ୍ରୀମତୀ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ପ୍ରଦତ୍ତ ବିବାହ ପ୍ରୋତ୍ସାହନ ସହାୟତା ଅର୍ଥରାଶି ପ୍ରତ୍ୟେକଦମ୍ପତିଙ୍କୁ ୨ଲକ୍ଷ ୫୦ ହଜାର ଟଙ୍କାର ଡେମୋ ଚେକ୍ ବୀରମହାରାଜପୁର ବ୍ଲକ ସଂଗ୍ରାମପୁରର ସୋମନାଥ ପ୍ରଧାନ ଓ ଆନନ୍ଦିନୀ ପ୍ରଧାନ, ଦୁହୁଲପାଲି ନିବାସୀ ବୀରେନ୍ଦ୍ର ପ୍ରଧାନ ଓ ଦୁବ ସାହୁ, ଚମ୍ପାମାଲ ଗ୍ରାମର ଆନନ୍ଦିନୀ ବାଘ ଓ ମନୋଜ କୁମାର ବୁଡ଼େକ, ଏବଂ ସୁଜାତା ପଧାନ ଓ ଦିବ୍ୟନ ସାହୁ ପ୍ରଭୁତି ଚାରି ଗୋଟି ଦିବ୍ୟାଙ୍ଗ ଦମ୍ପତିଙ୍କୁ ଡେମୋଚେକ୍ ପ୍ରଦାନ କରିଥିଲେ। ଏହି ପ୍ରୋତ୍ସାହନ ଅର୍ଥରାଶି ହିତାଧିକାରୀଙ୍କ ସମ୍ପୃକ୍ତ ବ୍ୟାଙ୍କ ସଂଚୟ ଖାତାକୁ ଅନଲାଇନ ପେମେଣ୍ଟ ଜରିଆରେ ପ୍ରଦାନ କରାଯାଇଛି।

ବିଡିଓ ବୀରମହାରାଜପୁର ରାଜୀବ ହାଁସଦାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେରଙ୍କ ସମେତ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ତହସିଲଦାର ବୀରମହାରାଜପୁର ପୁନମ ମହାପାତ୍ର, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ କର୍ମଚାରୀ , ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ।

Leave A Reply

Your email address will not be published.