ଦେଶୀ ଜଳବାୟୁରେ ବିଦେଶୀ ଫଳ : ମନ ମୋହୁଛି ଲାଲ ଟହ ଟହ ଷ୍ଟ୍ରବେରୀ

0

ରାୟଗଡ: ରାୟଗଡ: ଦେଶୀ ଜଳବାୟୁରେ ବିଦେଶୀ ଫଳ l କ୍ଷେତରେ ମନ ମୋହୁଛି ଲାଲ ଟହ ଟହ ଷ୍ଟ୍ରବେରୀ l ନିଜର ପାରମ୍ପରିକ ଚାଷ ଛାଡି ଷ୍ଟ୍ରବେରୀ ଚାଷ କରିବାକୁ ମନ ବଳାଇଛନ୍ତି ରାୟଗଡ ଜିଲ୍ଲାର ଚାଷି । ଦିନ ଥିଲା ରାୟଗଡ ଜିଲ୍ଲାର ଚାଷୀ ମାନେ ନିଜର ପାରମ୍ପରିକ ଚାଷ ଧାନ, କପା ସହ ପରିବା ଚାଷ କରି ଆସୁଥିଲେ । ବର୍ତମାନ କିନ୍ତୁ ଏବେ ସମୟ ବଦଳିଯାଇଛି । କିଛି ଚାଷୀ ଆଗରୁ କରି ଆସୁଥିବା ପାରମ୍ପରିକ ଚାଷକୁ ଛାଡି ଷ୍ଟ୍ରବେରୀ ଚାଷ କରିବାକୁ ଆଗଭର ହୋଇଛନ୍ତି ।

ରାୟଗଡ ଜିଲ୍ଲାର କୋଲନରା, ମୁନିଗୁଡା ବ୍ଲକ ସହ ଗୁଣୁପୁର ଉପଖଣ୍ଡର ଚାଷୀ ମାନେ ଏହି ଷ୍ଟ୍ରବେରୀ ଚାଷକୁ ଆପଣେଇଛନ୍ତି । ଅନ୍ୟ ଚାଷ ଅପେକ୍ଷା ଷ୍ଟ୍ରବେରୀ ଚାଷରୁ ବହୁତ ଏବଂ ଚାହିଦା ଥିବାରୁ ଚାଷୀ ମାନେ ଏବେ ଏହି ଚାଷକୁ ଆପଣଇଛନ୍ତି । ଷ୍ଟ୍ରବେରୀ ଚାଷ ପାଇଁ ଅଧିକା ଗରମ କିମ୍ବା ଅଧିକା ଥଣ୍ଡା ଜଳବାୟୁର ଆବଶ୍ୟକ ନଥାଏ, ରାୟଗଡ ଜିଲ୍ଲାର ପାଣିପାଗ ସହ ମୃତ୍ତିକା ଅନୁକୂଳ ଥିବାରୁ ଜିଲ୍ଲା ଉଦ୍ୟାନ ବିଭାଗ ତରଫରୁ ଚାଷିଙ୍କୁ ମାଗଣା ଷ୍ଟବେରୀ ଚାରା ସହ ନୂତନ ଜ୍ଞାନ କୌଶଳ ପ୍ରଦାନ କରାଯାଉଛି ।

ନିଜର ପାରମ୍ପରିକ ଚାଷ କୁ ଛାଡ଼ି ଷ୍ଟବେରୀ ଚାଷ କରୁଥିବାରୁ ବେଶ ଖୁସିଥିବା ପ୍ରକାଶ କରିଛନ୍ତି କୋଲନୋରା ବ୍ଲକର ଯୁବ ଚାଷୀ ତାମନା ତାଡ଼ିଙ୍ଗି । ଉତ୍ପାଦିତ ଷ୍ଟବେରୀକୁ ନିଜ ଅଞ୍ଚଳ ସହ ରାୟଗଡ ଜିଲ୍ଲାର ବିଭିନ୍ନ ଫଳ ଦୋକାନ ଓ ମଲରେ ବିକ୍ରୀ କରି ବେଶ ଲାଭବାନ ହେଉଥିବା ପ୍ରକାଶ କରିଛନ୍ତି ଚାଷୀ ତାମନା । ଏହା ସହ ଆଗକୁ ଏହି ଚାଷ ଅଧିକ ରୁ ଅଧିକ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।ଉଦ୍ୟାନ ବିଭାଗ ତରଫରୁ ଷ୍ଟ୍ରବେରୀ ଚାଷ ପାଇଁ ମାଗଣା ଚାରା ପ୍ରଦାନ କରାଯାଉଥିବାରୁ ଚାଷି ମଧ୍ୟ ଏହି ଚାଷ କରିବାକୁ ଆକୃଷ୍ଟ ହେଉଛନ୍ତି ।

Leave A Reply

Your email address will not be published.