ଅଟୋ ସହ ଧାନ ଟ୍ରାକ୍ଟର ମୁହାଁମୁହିଁ ଧକ୍କା : ଜଣେ ମୃତ,୬ ଗୁରୁତର।

0

ସୁନ୍ଦରଗଡ଼: କିଞ୍ଜିରକେଲା ଥାନା ଅନ୍ତର୍ଗତ ବନ୍ଧବାହାଲ୍ ପଞ୍ଚାୟତ ବରଢିପା ଛକ ନିକଟରେ ଆଜି ୭.୪୦ ରାତିରେ ଅଟୋ ଏବଂ ଧାନ ବୋଝେଇ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ କିଞ୍ଜିରକେଲା ଥାନା ଅଧୀନର ଗୋଡ଼ବନ୍ଧା ଗ୍ରାମର କିଶୋର ଏକ୍କା (୪୦)।

ସୂଚନା ଅନୁଯାୟୀ, ବାଲିଶଙ୍କରା ଚାନ୍ଦନିମାଲ ଗ୍ରାମରୁ ଶୁଦ୍ଧିକ୍ରିୟା ରୁ ସାରିବା ପରେ ବନ୍ଧବାହାଲ୍ ପଞ୍ଚାୟତ ମୁଖ୍ୟ ରାସ୍ତା ବରଢିପା ଛକ ନିକଟରେ ଆଜି ୭.୪୦ ସମୟରେ ଅଟୋ ରେ ୯ ଜଣ ଯାତ୍ରୀ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ଧାନ ବୋଝାଇ ଟ୍ରାକ୍ଟର ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା ।ଏହା ଦେଖି ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଗାଡ଼ି ସାହାଯ୍ୟ ରେ ଗୁରୁତର ଆହତ ହୋଇଥିବା ୬ଜଣଙ୍କୁ ନିକଟସ୍ଥ ମେଡ଼ିକାଲ କିଞ୍ଜିରକେଲା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.