ବାସୁଦେବପୁର -ଭଦ୍ରକ ଜିଲ୍ଳା ବାସୁଦେବପୁର ବ୍ଲକ ଅନ୍ତର୍ଗତ ବାଲିମୁଣ୍ଡା ଠାରେ ମା ଜାହାଜ ମଙ୍ଗଳା ୟୁଥ୍ କ୍ଲବ୍ ପକ୍ଷରୁ ଦିବାରାତ୍ର ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ୍ ଆଠ ଟି ଟିମ୍ ଭାଗ ନେଇଥିବା ବେଳେ ଶେଷ ତଥା ଅନ୍ତିମ ମ୍ୟାଚ୍ କରଣ ପଲ୍ଲୀ ଓ ବାଲିମୁଣ୍ଡା ମଧ୍ୟରେ ହୋଇଥିଲା।ଏଥିରେ କରଣ ପଲ୍ଲୀ ଟିମ୍ ଚମ୍ପିୟାନ ହୋଇଥିବା ବେଳେ ବାଲିମୁଣ୍ଡା ରନରସପ ହୋଇଛି। ଖେଳଟିକୁ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିତ ଅନନ୍ତ କୁମାର ଚଣ୍ଡ,ସମାଜ ସେବୀ ରତିକାନ୍ତ ପ୍ରଧାନ ,ହୃଷୀକେଶ ଜାନା,ସୁକୁମାର ମାଇତି, ତପନ କୁମାର ,ଦେବେନ୍ଦ୍ର ସାର,ବଳରାମ ପରିଡ଼ା,ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ଉମାକାନ୍ତ ନାୟକ,ଯୋଗ ଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଚମ୍ପିୟାନ ଦଳକୁ ପାଞ୍ଚ ହଜାର ଟଙ୍କା ସହିତ ଟ୍ରଫି ଓ ରନସ ଅଫ୍ ଦଳକୁ ତିନି ହଜାର ଟଙ୍କା ଟ୍ରଫି ପ୍ରଦାନ କରାଯାଇଛି।ଅତିଥି ଭାବେ ଶଙ୍କର ସେଠୀ,ହେମନ୍ତ ସାର,ଦିବାକର ମଣ୍ଡଳ ଟ୍ରଫି ଓ ଆର୍ଥିକ ରାଶି ପ୍ରଦାନ କରିଥିଲେ।ଖେଳ ଟିକୁ ରେଫେରି ଭାବେ ରଞ୍ଜନ ମଲ୍ଲିକ ଓ ରାଜୁ ମଲ୍ଲିକ ପରିଚାଳନା କରିଥିଲେ।ଅନୁଷ୍ଟିତ ଏହି ଦିବା ରାତ୍ର ଖେଳ କୁ କ୍ଲବ୍ ର ସଦସ୍ୟ ଅଜୟ ଗିରି ,ଅଜୟ ମାଝୀ,ଓମ୍ କୁମାର ,ରବୀନ୍ଦ୍ର ମଲ୍ଲିକ,ଗୋପବନ୍ଧୁ ମଣ୍ଡଳ ,ଆକାଶ ମଲ୍ଲିକ ,ସିପୁନ ଜେନା, ଦେବ ବ୍ରତ ମଣ୍ଡଳ,ରବୀନ୍ଦ୍ର ମଣ୍ଡଳ ,କହ୍ନେଇ ଲାଲ ବେରା, ଜଗନ୍ନାଥ ଗିରି,ଗୋରା ଚାନ୍ଦ ମଣ୍ଡଳ,ଲକ୍ଷ୍ମୀକାନ୍ତ ଜେନା ଉପସ୍ଥିତ ରହି ସଫଳ କରାଇଥିଲେ।
Sign in
Sign in
Recover your password.
A password will be e-mailed to you.