ମା ବୀଣାପାଣି କ୍ଳବ୍ ର ସାଂସ୍କୃତିକ କାର୍ଯ୍ୟକ୍ରମ।

0

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ଆରୁହା ପଞ୍ଚାୟତ ରେ ମା ବୀଣାପାଣି କ୍ଳବ୍ ପକ୍ଷ ରୁ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଆୟୋଜିତ ସଭା କାର୍ଯ୍ୟ କ୍ରମ ରେ ସାମ୍ବାଦିକ ପ୍ରଦୀପ୍ତ କୁମାର ମହାନ୍ତି ଙ୍କ ସଂଯୋଜନା ରେ ମୁଖ୍ୟ ଅତିଥି ଭାବେ ବିଜେପି ନେତା ମନୋଜ ନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ପ୍ରତାପ ସେନାପତି, ବିଜେପି ବେତଡା ମଣ୍ଡଳ ସଭାପତି ଅମର ନାୟକ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ଳବ୍ ର ସଭାପତି ଉମାକାନ୍ତ ଗିରି, ସମ୍ପାଦକ ହୃଷୀକେଶ ଜେନା, ରାଜେନ୍ଦ୍ର ବିଶ୍ଵାଳ, ଆଲୋକ ରଂଜନ ପଣ୍ଡା ଉପସ୍ଥିତ ରହି ଥିଲେ। ଏହି ଅବସର ରେ ନୃତ୍ୟ, ସଙ୍ଗୀତ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇ ଯାଇଛି।

Leave A Reply

Your email address will not be published.