ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା ସ୍ଥାନୀୟ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ଗୋଷ୍ଠୀ ସହଶିକ୍ଷା ଅଧିକାରୀ ତଥା ବିଆରସିସି ଗଞ୍ଜଳୁ ମିର୍ଧା ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ପ୍ରଧାନଶିକ୍ଷକ କରମ ଚନ୍ଦ୍ର ବାରିକ ସଭାପତିତ୍ବ କରିଥିଲେ l ବ୍ଲକ ଶିକ୍ଷାଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରି ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ର ବିକାଶ ପାଇଁ ଛାତ୍ରଛାତ୍ରୀ ଓ ଅବିଭାବକ ଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ କରିଥିଲେ l ଗୋଷ୍ଠୀ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ ରେ ଶିକ୍ଷଣସାମଗ୍ରୀ ର ବ୍ୟବହାର ଓ ଅଭିନଵ ପ୍ରଦର୍ଶନ ବିଷୟରେ ଆଲୋକପାତ କରିଥିଲେ। ଏବିଇଓ ଜଗତ ମଲ୍ଲିକ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅଭିନଵ ଶିକ୍ଷଣ ପଦ୍ଧତି ପ୍ରୟୋଗ ରେ ଛାତ୍ରଛାତ୍ରୀ ଙ୍କ ଦକ୍ଷତା ର ବିକାଶ କରିବାକୁ ଆହ୍ୱାନ ଦେଇଥିଲେ l ସିଆରସିସି ଦିଲୀପ ପଧାନ ସଭା ପରିଚାଳନା କରିଥିବା ବେଳେ ସିଆରସିସି ରମେଶ ଭୋଇ, ସୁରେଶ ନାୟକ, ନୀଳକଣ୍ଠ ନାୟକ, ଚିତ୍ତରଞ୍ଜନ ଠାକୁର,ସୁରେନ୍ଦ୍ର ରଥ,ନରେନ୍ଦ୍ର ପୁରୋହିତ, ସୁନୀଲ ସେଟ, ରାଧେଶ୍ୟାମ ରଥ, ଶୁଭଲାଲ ସାହୁ, ସୌରଭ ସାହୁ, ପ୍ରଦୀପ୍ତକିଶୋର ଦାଶ,ସୁଧାଂସୁ ସାହୁ, ରଞ୍ଜନ ଦାଶ,ଶିକ୍ଷକ ତିରୁପତି ମେହେର, ନିର୍ମଳ ପାତ୍ର, ଧର୍ମେନ୍ଦ୍ର ହରିପାଳ, କେଶବ ଜେନା,ଅଶୋକ ସାହୁ,ମୀନକେତନ ପଧାନ, ଅନିରୁଦ୍ଧ ରଣା, ଶିକ୍ଷୟିତ୍ରୀ ଚନ୍ଦ୍ରକାନ୍ତି ପଧାନ,ନିରମାମଞ୍ଜରୀ ପଣ୍ଡା,ହେମାଙ୍ଗିନୀ ଦାଶ,ସୋନାଲି ସାହୁ, ତପସ୍ୱିନୀ ଦାଶ ଓ କର୍ମଚାରୀ ବିଭୁତି ପଧାନ ପାଚିକାମାନେ ସହଯୋଗ କରିଥିଲେ l ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ସାମୁହିକଭାବେ ନିପୁଣ ଓଡିଶା ମେଳା ସଂଗୀତ ଓ ଶପଥ ପାଠ କରି ଏହି ମେଳାରେ ଲାଗିଥିବା ନିପୁଣ ଓଡିଶା ଷ୍ଟଲ,ଗପ କହିବା ଓ ଭୂମିକା ଅଭିନୟ ଷ୍ଟଲ, ଅଭିନଵ ଶିକ୍ଷଣ ସାମଗ୍ରୀ ଷ୍ଟଲ, ଲାଇଭ କ୍ଲାସ ଷ୍ଟଲ,ସ୍ୱତନ୍ତ୍ର ଆଲୋଚନା ଷ୍ଟଲ ବୁଲି ଦେଖି ଜ୍ଞାନ ଲାଭ କରିଥିଲେ l ଛାତ୍ରଛାତ୍ରୀ ଓ ଅବିଭାବକ ମାନେ ସେଲଫି ପଏଣ୍ଟ ରେ ଫଟୋ ଉଠାଇବାର ମଜା ନେଇଥିଲେ l ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର,ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା l ଶେଷରେ ସ୍ଥାନୀୟ ସିଆରସିସି ପ୍ରବୀର ଭୋଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post