ମତ୍ସ୍ୟଜୀବୀଙ୍କୁ ଏକାଠି କରି ସେମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ଜୋରଦାର କରିବା କଂଗ୍ରେସ

0

 

ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ବିଶ୍ୱ ମତ୍ସ୍ୟଚାଷ ଦିବସ ପାଳନ

ଭୁବନେଶ୍ୱର/Dinabandhu Nayak – ବିଶ୍ୱ ମତ୍ସ୍ୟଚାଷ ସପ୍ତାହ ପାଳନ ଅବସରରେ ନିଖିଳ ଭାରତ କଂଗ୍ରେସ କମିଟି ନିର୍ଦ୍ଦେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର, ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଶ୍ରୀ ହଳଧର ସେଠୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଥିବା ମତ୍ସ୍ୟଜୀବୀ ସଂପ୍ରଦାୟର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ କହିଲେ ଯେ ଆଗାମୀ ଦିନରେ ସାରା ରାଜ୍ୟରେ ଥିବା ମତ୍ସ୍ୟଜୀବୀମାନଙ୍କୁ ସଂଗଠିତ କରି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନା ଯେପରି ସେମାନଙ୍କ ପାଖରେ ପହଞ୍ଚô ପାରିବ ସେଥିପାଇଁ କାର୍ଯ୍ୟ କରିବାକୁ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ଗଠନ କରାଯାଇଛି । ଓଡିଶାର ମତ୍ସ୍ୟଜୀବୀମାନେ ଏକଜୁଟ ହୋଇ ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ବକ୍ତାମାନେ କହିଥିଲେ ଯେ ଗତ ୟୁପିଏ ସରକାର ସମୟରେ ହୋଇଥିବା ଯୋଜନା ଯଥା ମତ୍ସ୍ୟଜୀବୀଙ୍କୁ ବୀମା ଅନ୍ତର୍ଭୁକ୍ତ କରିବା, ମାଗଣାରେ ଗୃହ ତଥା ମତ୍ସ୍ୟଚାଷ ଉପକରଣ ଯୋଗାଇ ଦେବା, ଖୁଚୁରା ମତ୍ସ୍ୟ ବ୍ୟବସାୟୀଙ୍କୁ କମ୍ ସୁଧରେ ଋଣ, କ୍ଷୁଦ୍ର ଓ ନାମମାତ୍ର ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଋଣ ରିହାତି ସହିତ ମତ୍ସ୍ୟ ଉପକରଣ ତିଆରି ଶିଳ୍ପ ଓ ଉଦ୍ୟୋଗ ପାଇଁ ଆର୍ଥିକ ସହାୟତା, ରାଜ୍ୟର ଉପକୂଳ ସାତଗୋଟି ଜିଲ୍ଲାର ମଧୁର ଜଳଉତ୍ସକୁ ଉପଯୋଗ କରିବା ଏବଂ ଖାଲି ପଡିଥିବା ପାଟ ଓ ଖାଲୁଆ ଜମିଗୁଡିକରେ ମତ୍ସ୍ୟଚାଷ ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା ହୋଇଥିଲା । କିନ୍ତୁ ରାଜ୍ୟ ସରକାର ଏସବୁ ଯୋଜନା କାର୍ଯ୍ୟକାରୀ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଯାହାଫଳରେ ଓଡିଶାରେ ମତ୍ସ୍ୟଜୀବୀ ସଂପ୍ରଦାୟ ଏହିସବୁ ଯୋଜନାର ସୁଫଳ ପାଇବାରୁ ବଞ୍ଚôତ ହୋଇଛନ୍ତି । ଜିଏସଟି ଲାଗୁ ହେବା ପରେ ମାଛ ଉତ୍ପାଦନ  ଓ ମାଛ ଉତ୍ପାଦନକାରୀ ସଂରଞ୍ଜାମର ମୂଲ୍ୟ ୨୦୦୫ ଭାଟ୍ ବ୍ୟବସ୍ଥା ଠାରୁ ଅଧିକ ବୋଝ ହୋଇପଡିଥିବାରୁ ବୈଠକରେ ତୀବ୍ର ସମାଲୋଚନା କରାଯାଇଥିଲା । ସେହିଭଳି ମତ୍ସ୍ୟ ସଂରକ୍ଷଣ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳ ଭଣ୍ଡାର ବ୍ୟବସ୍ଥା କରିବାକୁ ବୈଠକରେ ଦାବୀ କରାଯାଇଥିଲା ।

ଏହି ଆଲୋଚନାରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶୁଭେନ୍ଦୁ ମହାନ୍ତି, ଡ. ଲଲାଟେନ୍ଦୁ ମହାପାତ୍ର, ସଂନ୍ଧ୍ୟା ମହାପାତ୍ର, କିଶୋର ଜେନା, ସସ୍ମିତା ବେହେରା, ଚିନ୍ମୟ ସୁନ୍ଦର ଦାସ, ମାନଓ ଆଚାର୍ଯ୍ୟ, ବିକାଶ ଗରାବଡ଼ୁ, ସୁଂଧାଶୁ ମହାନ୍ତି, ପ୍ରକାଶ ଜେନା, ଜାନକୀ ମଲ୍ଲିକ, ବିରେନ୍ ମୋହନ ପଟ୍ଟନାୟକ, ଫକୀର ଚରଣ ଖଟୁଆ, ବାଙ୍କନିଧି ବେହେରା, ଅକ୍ଷୟ ମଲ୍ଲିକ, ପଞ୍ଚାନନ ମଲ୍ଲିକ, ରନôାକର ବେହେରା, ସୁଧାକର ଖଟୁଆ, ବିନୋଦିନୀ ବେହେରା, ଉର୍ମିଳା ମାଝୀ, ମନୋରଞ୍ଜନ ରାଉତରାୟ, ବିଜୟ ଦ୍ୱିବେଦୀ, ପୂର୍ଣ୍ଣାନନ୍ଦ ବେହେରା, ବଂଶୀଧର ସେଠୀ, ଏକାଦଶୀ ସେଠୀ, ଅମୁଲ୍ୟ କୁମାର ଦାସ ଓ ରତ୍ନାକର ବେହେରା  ପ୍ରମୁଖ ମତ୍ସ୍ୟଜୀବୀ ସଂପ୍ରଦାୟର ଉନ୍ନତି ପାଇଁ ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ । ଏହି ବୈଠକରେ ରାଜ୍ୟରୁ ବହୁ ମତ୍ସ୍ୟଜୀବୀ ଭାଇଭଉଣୀମାନେ ଯୋଗ ଦେଇଥିଲେ । ପରେ ଅଧ୍ୟକ୍ଷ ଶ୍ରୀ ସେଠୀଙ୍କ ନେତୃତ୍ୱରେ ଏକ  ୭ ଜଣିଆ ପ୍ରତିନିଧି ଦଳ ରାଜଭବନ ଠାରେ ବ୍ୟକ୍ତିଗତ ସଚିବଙ୍କୁ ଭେଟି ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ମତ୍ସ୍ୟଜୀବୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଯୋଜନା ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଯେଭଳି କାର୍ଯ୍ୟକାରୀ କରିବେ ସେ ସଂପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.