ଓଡ଼ଗାଁ,୫।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋଡ଼ କଲ୍ୟାଣୀ ମଣ୍ଡପରେ ବ୍ଳକ ସ୍ତରୀୟ “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ବ୍ଳକ ରୋଡ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ଗାଁ ବ୍ଳକର ବିଭିନ୍ନ ଗ୍ରାମପଞ୍ଚାୟତରୁ ୧ ହଜାରରୁ ଉର୍ଦ୍ଧ୍ବ ସାଧାରଣ ଜନତା, ପଞ୍ଚାୟତ ଜନ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଉତ୍ସାହି ମହିଳା ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଶୁଭାରମ୍ଭ କରିଥିଲେ।ଶୁଭାରମ୍ଭ କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ମଞ୍ଚାସୀନ ଅତିଥି ମାନଙ୍କ ଅଭିଭାଷଣର ସିଧା ପ୍ରସାରଣ ସମସ୍ତ ଉପସ୍ଥିତ ଜନତା ଆଭାସି ମାଧ୍ୟମରେ ଦେଖିଥିଲେ । ଏବଂ ଶୁଣିଥିଲେ । “ବିକଶିତ ଗାଁ ବିକଶିତ ଓଡ଼ିଶା” ଯୋଜନାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ପଞ୍ଚାୟତରାଜ ଓ ପାନୀୟଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ରୂପଶ୍ରୀ ରଣୀ ଗୁମାନ ସିଂ, ବିଭାଗୀୟ ସଚିବ, ନିର୍ଦ୍ଦେଶକ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଓଡ଼ଗାଁ ବ୍ଳକ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ପ୍ରତି ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହିତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗ୍ରାମୀଣ ଜୀବନରେ ଜୀବନ ଧାରଣର ଅଭିବୃଦ୍ଧି। ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆନ୍ତଃ ରାଜ୍ୟ ସଡ଼କ ସଂଯୋଗୀ କରଣ, ରାସ୍ତା ଘାଟ ନିର୍ମାଣ, ଯୋଗାଯୋଗ ଗମନାଗମନ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି, କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତି କରଣ, ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା, ଶିକ୍ଷା, କ୍ରୀଡ଼ା ଏବଂ ଅନ୍ୟ ସମସ୍ତ କ୍ଷେତ୍ରରେ ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ, ନୂତନ ଅଭିନବ ଜନ ମଙ୍ଗଳକାରୀ ବହୁମୁଖି ପ୍ରକଳ୍ପ ନିର୍ମାଣର ଆକଳନ କରି ଆଗାମୀ ୫ ବର୍ଷ ମଧ୍ୟରେ ୫ ହଜାର କୋଟି ବ୍ୟୟରେ ସମୃଦ୍ଧ ଓଡିଶାର ନୂତନ ପରିଭାଷା ସୃଷ୍ଟି କରିବାକୁ ସମସ୍ତେ ସଙ୍କଳ୍ପ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post