ଭୀମଭୋଇ ସାମର୍ଥ୍ୟ ମେଳା ଅନୁଷ୍ଠିତ ।

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଗୁଣପୁର ବ୍ଲକ ପରିସରରେ ଭୀମଭୋଇ ସାମର୍ଥ୍ୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ୟକ୍ଷା ଝିଲ୍ଲୀ ଶବରଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡ ମୁଖ୍ୟ ଚିକିତ୍ସାଳୟରୁ ଡାକ୍ତରୀ ଦଳ ଆସି ବିଭିନ୍ନ ଦିବ୍ୟଙ୍ଗଙ୍କୁ ପରୀକ୍ଷା କରିଥିଲେ । ୭୨ଜଣ ଦୃଷ୍ଟି ବାଧିତ, ୪୯ଜଣ କର୍ଣ୍ଣ ବାଧିତ, ୨୭୮ଜଣ ଗୋଡ଼, ହାତ, ଓ ବିଭିନ୍ନ ଅଙ୍ଗ ବାଧିତ, ୬୮ଜଣ ଅନ୍ତନିହିତ ବାଧିତ, ୪୪ଜଣ ମୁଖ ବାଧିତ ଦିବ୍ୟଙ୍ଗଙ୍କୁ ପରୀକ୍ଷା କରି ପ୍ରମାଣ ପତ୍ର, ଆବଶ୍ୟକ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରେରଣ ଓ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୦୩ଜଣଙ୍କୁ ଟ୍ରାଇ ସାଇକେଲ, ୦୩ଜଣଙ୍କୁ ଅନ୍ଧ ବାଡ଼ି ପ୍ରଦାନ କରାଯାଇଥିଲା । ୯୮ଜଣଙ୍କ ଦରଖାସ୍ତ ଗ୍ରହଣ କରି ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ସୁପାରିଶ କରାଯାଇଛି । ୧୪ଜଣ ଦିବ୍ୟଙ୍ଗଙ୍କୁ ସ୍ୱାବଲମ୍ବୀ ହେବା ନିମନ୍ତେ ଲୋନ ପ୍ରଦାନ କରାଯାଇଥିଲା । ସେହିପରି ୭୮ଜଣଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ନିମନ୍ତେ ସୁପାରିଶ କରାଯାଇଥିଲା ।
କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ପଟ୍ଟନାୟକ ତଦାରଖ କରିଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରୁସ୍ପାଲତା ଦୀକ୍ଷିତ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.