ବିଜେପୁର :-ବରଗଡ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରେ ଆଜି ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଫାଇଟର୍ସ ଗୃପ ବରଗଡ଼ ପକ୍ଷରୁ ଏକ ଜନ ସଚେତନତା ରେଲି ବାହାରି ବିଜେପୁର ସହର ପରିକ୍ରମା ସହ ଜନସଚେତନତା ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମକୁ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ଆନୁଷଙ୍ଗିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏକ୍ରମରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା ସୁଶାନ୍ତ ମେହେର ତଥା ସମସ୍ତ କର୍ମଚାରୀ ବୃନ୍ଦ ଙ୍କ ସମେତ ବିଜେପୁରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦାନ କରି ସଚେତନତା ରେଲି ରେ ଜନଜାଗରଣ ସୃଷ୍ଟି କରିଥିଲେ। ବିଜେପୁର ମହାବିଦ୍ୟାଳୟର ଏନସିସି ଟ୍ରୁପ,ରେଡିଏନ୍ସ ଶିକ୍ଷାନୁଷ୍ଠାନର ଛାତ୍ରୀ ସମୂହ ତଥା ଫାଇଟର୍ସ ଗୃପର ଶ୍ରୀମାନ ହିମାଦ୍ରୀ ବେହେରା,ଅମୃତା ବେହେରା,ବିଜେନ୍ଦ୍ର ଦାଶଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ଭାବେ ସଚେତନତା ରେଲି ପ୍ରଦର୍ଶନ କରାଯାଇଥିଲା। ଟ୍ରାଫିକ ସମସ୍ୟାକୁ ଆଖି ଆଗରେ ରଖି ସ୍ଥାନୀୟ ବିଜେପୁର ପୋଲିସ ମଧ୍ୟ ରେଲି ରେ ଅଂଶ ଗ୍ରହଣ କରି ଟ୍ରାଫିକ ନିୟନ୍ତ୍ରଣ କରିବା ଦେଖାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post