ରାଉରକେଲା, (ବସନ୍ତ କୁମାର ଜେନା): ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୩୯ ତମ ବାର୍ଷିକୋତ୍ସବ ପାଠାଗାରର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ ତଥା କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ଭାବେ ଚାମ୍ବର ଅଫ କମର୍ସର ପ୍ରାକ୍ତନ ସଭାପତି ସୁନିଲ କାୟଲ, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଡ଼ଃ ସମର ମୁଦାଲି ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତା, ସାମାଜିକ ଦାୟିତ୍ୱବୋଧ, ସାଂସ୍କୃତିକ କାର୍ଯ୍ୟକ୍ରମ ର ସଫଳ ଜୟଯାତ୍ରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଏକ ଅନନ୍ୟ ଜାଗରଣ ଓ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ। ନିଜ ପାଇଁ ବଞ୍ଚୁଥିବା ମଣିଷ ମଣିଷ ନୁହେଁ, ଅନ୍ୟମାନଙ୍କ ପାଇଁ ବଞ୍ଚୁଥିବା ଲୋକ ସବୁବେଳେ ସମାଜ ର ନମସ୍ୟ ହୋଇ ରହିଥାଏ ବୋଲି କହିଥିଲେ। ଏହି ଅବସରରେ ଅତିଥି ମାନେ ପାଠାଗାରର ବାର୍ଷିକ ମୁଖପତ୍ର ସ୍ମରଣିକାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଚଳିତ ବର୍ଷ କ୍ରୀଡାବିତ୍ ପ୍ରତୀକ ମହାରଣା ଙ୍କୁ ସୁରେଶ ପଣ୍ଡା ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ପୁରସ୍କାର ପ୍ରଦାନ କରିଥିବା ରୀତା ପଣ୍ଡା ଉପସ୍ଥିତ ଥିଲେ। ସୁଭାଷିନୀ ସାହୁ ମାନପତ୍ର ପାଠ କରିଥିଲେ। ପ୍ରାରମ୍ଭରେ ସଭାପତି ଡ଼ଃ ସାମନ୍ତରାୟ ସଭାପତିତ୍ବ ଅଭିଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ, ସମ୍ପାଦକ ଶ୍ରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସେହିପରି କ୍ରୀଡା ସହ ଜଡିତ ଥିବା ଶିବ ବିଶ୍ବାଳ ଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସଭାପତି ବିଭୁଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ରୁଦ୍ରାକ୍ଷ କଳା ସଂଗମ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଗଦାଧର ରଥ, ପ୍ରକାଶ ପାଢ଼ୀ, ଶରତଚନ୍ଦ୍ର ରାଉତ, କୁଳମଣି ଦାସ, ଗଗନାନନ୍ଦ ପ୍ରଧାନ, ବିକାଶ ବାନାର୍ଜୀ ଓ ପାଠାଗାର ର ସମସ୍ତ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post