ବରଗଡ଼ — ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ବିଶ୍ବ କେନସର ଦିବସ ଅବସରରେ ଜନସଚେତନତା ରେଲି ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ଜିଲ୍ଲା ଫାଇଟର୍ସ ଗୃପ ତରଫରୁ ଆୟୋଜିତ କେନସର ସଚେତନତା ରେଲି ରେ ପଦ୍ମପୁର ସହରର ପ୍ରମୁଖ ଅନୁଷ୍ଠାନ, କ୍ଲବ, ବରିଷ୍ଠ ନାଗରିକ ଙ୍କ ସମେତ ଅଂଚଳ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ,ଜେନିଥ ଲାୟନ୍ସ ଗୁରୁକୁଳ ଓ ଜିଷ୍ଟ କଲେଜର ଛାତ୍ରଛାତ୍ରୀମାନେ, ଶୀତଳଷଷ୍ଟୀ ପୂଜା ପାଳନ କମିଟି ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦାନ ଦେଇ ଟାଉନ୍ ହଲ୍ ଠାରୁ ଏକ ସଚେତନତା ରେଲି ମାଧ୍ୟମରେ ସହର ପରିକ୍ରମା କରିଥିଲେ। ବରଗଡ଼ କେନସର ଫାଇଟର୍ସ ଗୃପ ର ପ୍ରତିଷ୍ଠାତା ଅଶ୍ବିନୀ ଦର୍ଜୀ ଙ୍କ ଉଦ୍ୟମ ପଦ୍ମପୁର ଶାଖା ର ସଂଯୋଜକ ତଥା ପଦ୍ମପୁର ଟିଭି ଚ୍ୟାନେଲ ର ପ୍ରତିଷ୍ଠାତା ସାମ୍ବାଦିକ ଗୋପବନ୍ଧୁ ଶିକା ଙ୍କ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମପୁର ସରକାରୀ ଡାକ୍ତରଖାନା ର ଏସ ଡି ଏମ୍ ଓ ଡାକ୍ତର ଆଶୁତୋଷ ହୋତା ବରିଷ୍ଠ ନାଗରିକ କମିଟି ର ସଭାପତି ଗାନ୍ଧୀ ତ୍ରିପାଠୀ ଅତିଥି ଭାବରେ ଯୋଗଦାନ ଦେଇ ଫାଇଟର୍ସ ଗୃପ ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶେଷରେ ବିଶ୍ବ କେନସର ଦିବସ ଅବସରରେ ସମଗ୍ର ବରଗଡ଼ ଜିଲ୍ଲା ତଥା ପଦ୍ମପୁର ଅଂଚଳ ରେ କେନସର ପିଡିତ ଙ୍କ ମାତ୍ରାଧିକ ବୃଦ୍ଧି ଘଟୁଥିବା ରୁ ଚିନ୍ତା ପ୍ରକଟ କରାଯାଇଥିବା ବେଳେ କେନସର ପିଡିତ ଙ୍କ ପାଇଁ ସଚେତନତା ବାର୍ତ୍ତା ଜାରି ରଖିବାକୁ ଉପସ୍ଥିତ ସମସ୍ତ ଙ୍କୁ ଅନୁରୋଧ ଜଣାଇ ବିଶିଷ୍ଟ ସମାଜ ସେବୀ ଚନ୍ଦନ ବଶଲ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post