ଜେନିଥ୍ ଲିଓ ଠାରେ ସରସ୍ଵତୀ ପୂଜା ପାଳିତ ।

0 2

ପଦ୍ମପୁର: ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ୍ ଠାରେ ବିଦ୍ୟାଦାତ୍ରୀ ମାଁ ସରସ୍ବତୀଙ୍କ ପୂଜା ଜେନିଥ୍ କନିଷ୍ଠ ବିଭାଗର ନବନିର୍ମିତ ପରିସର ଜେନିଥ ଲିଓ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ଶ୍ରୀପଞ୍ଚମୀ ତିଥିରେ ବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।ବିଦ୍ୟାଳୟର ଛାତ୍ରଛାତ୍ରୀ ବିଦ୍ୟାଦାୟିନୀ ଙ୍କୁ ଆରାଧନା କରିବା ସହିତ ଭଲ ପାଠ ନେଇ ଆଶୀର୍ବାଦ ଭିକ୍ଷା କରିଥିଲେ ଓ ଭଜନ ଗାୟନ କରିବା ସହିତ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପରେ ନୂତନ କରି ବିଦ୍ୟାରମ୍ଭ କରିବାକୁ ଯାଉଥିବା ଶିଶୁ ମାନଙ୍କ ବିଦ୍ୟାରମ୍ଭ ସଂସ୍କାର ପୂର୍ବକ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଆଖପାଖ ଅଞ୍ଚଳରୁ ଶତାଧିକ ଅଭିଭାବକ ଯୋଗଦେଇ ନିଜ ନିଜ ଶିଶୁ ମାନଙ୍କ ଖଡ଼ି ଛୁଆଁ କରାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମନୋଜ କୁମାର ପଣ୍ଡା ଓ କନିଷ୍ଠ ବିଭାଗର କୋ – ଅର୍ଡିନେଟର୍ ଶ୍ରୀମତୀ ଶୋଭନା ପଣ୍ଡା ଙ୍କ ତତ୍ତ୍ଵାବଧାନରେ ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ଉତ୍ସବଟି ମହା ଆଡ଼ମ୍ବରରେ ପାଳିତ ହୋଇଥିଲା ।

Leave A Reply

Your email address will not be published.