୨୦ତମ ପାତାଳୀ ମହୋତ୍ସବ ର ୩ୟ ସନ୍ଧ୍ୟା

0 2

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ର ଆଜି ତୃତୀୟ ସନ୍ଧ୍ୟା ଅଧିବେଶନ ରେ ପହଞ୍ଚିଛି।ଆଜି ଅପରାହ୍ନ ୪ଟା ରେ ମହାପ୍ରଭୁଙ୍କ ଦୁର୍ଲଭ ୩୨ବେଶ ପ୍ରଦର୍ଶନ ବୀରମହାରାଜପୁର ବିଧାୟକ ମାନ୍ୟବର ଇଂ ରଘୁନାଥ ଜଗଦଲା ଶୁଭ ଉଦ୍ଘାଟନ କରିବା ସହ ମହାପ୍ରଭୁଙ୍କ ୩୨ବେଶ ପ୍ରଦର୍ଶନ ବୁଲି ଦେଖିଥିଲେ।ସେପଟେ ମନ୍ଦିର ରେ ଆଜି ମହାପ୍ରଭୁଙ୍କ ପଦ୍ମମୁଖ ବେଶ ଅନୁଷ୍ଠିତ ହୋଇଯାଇଛି।

ସନ୍ଧ୍ୟା ଅଧିବେଶନରେ ଟ୍ରଷ୍ଟ ସମ୍ପାଦକ ଉତ୍ତର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ପଦ୍ମନାଭ ବେହେରା ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିଶୁ କଲ୍ୟାଣ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସମାଜସେବୀ କୃର୍ତୀବାସ ମିଶ୍ର, ସମାଜସେବୀ ଶିବୁ ତରାଇ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ।ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ପାଢୀ ସଭା ପରିଚାଳନା କରିଥିଲେ। ତୃତୀୟ ସନ୍ଧ୍ୟାରେ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ମାଁ ସମଲେଶ୍ଵରୀ ଢାଳିଆ ଖୁସା କଳାପରିଷଦ ବରଗଡ଼ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।

Leave A Reply

Your email address will not be published.