ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ, ଲକ୍ଷ୍ନୋ ପକ୍ଷରୁ ଚାଷୀଙ୍କୁ ଉତ୍କୃଷ୍ଟ ଫୁଲ ଚାରା ବଣ୍ଟନ।

0 2

 କେନ୍ଦୁଝର,ତା୩/୨(ଦିଲ୍ଲୀପ ସାହୁ)- ଦେଶରେ ଫୁଲ ଫଳ ବୃକ୍ଷ ଉପରେ ରାଷ୍ଟ୍ରୀୟ ବନସ୍ପତି ଅନୁସନ୍ଧାନ ସଂସ୍ଥାନ,ଲକ୍ଷ୍ନୋ ବ୍ୟାପକ କାର୍ଯ୍ୟକ୍ରମ କରୁଛି। ସେଠାରେ ଦେଶୀୟ ଫୁଲ ଫଳ ବୃକ୍ଷର ସଂରକ୍ଷଣ ଓ ଅଭିବୃଦ୍ଧି ଲାଗି କୃଷି ବୈଜ୍ଞାନିକ ମାନେ ଅନୁସନ୍ଧାନ କରୁଛନ୍ତି ବିଭିନ୍ନ ଉନ୍ନତ କିସମର ଗଛ ସେଠାରୁ ବାହାରୁଛି। ଫଳରେ ଦେଶରେ ଚାଷୀ ଏହି ସବୁ ଗଛ ଚାରା ଲାଗି ଭଲ ଫୁଲ ଫଳ ଉତ୍ପାଦନ କରିପାରୁଛନ୍ତି। ଆଜି ଏହି ସଂସ୍ଥାନର ବରିଷ୍ଠ ବୈଜ୍ଞାନିକ ଡ. ସନ୍ଦୀପ କୁମାର ବେହେରା ଯେ କେନ୍ଦୁଝର ଧରଣୀଧର ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ଥିଲେ ସେ ଆଜି ସଂସ୍ଥାନର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମରେ କେନ୍ଦୁଝର ସହର ମଣ୍ଡୁଆ ଛକ ସ୍ଥିତ ଡ଼ା. ସୁରେଶ କୁମାର ବେହେରାଙ୍କ କ୍ଲିନିକ୍ ସାମନାରେ ଚାଷୀଙ୍କୁ ଅନେକ ଉତ୍କୃଷ୍ଟ କିସମର ଫୁଲ ଫଳ ଚାରା ବଣ୍ଟନ କରିଥିଲେ। ଏହି ସମୟରେ ଡ଼ା ବିମଳ ରାଉତ,ଶୁଭ ମିଶ୍ର ଓ ସମାଜସେବୀ ମାନସିଂହ ନାୟକ ଉପସ୍ଥିତ ରହି ଚାଷୀଙ୍କୁ ଗଛ କିପରି ଲଗାଇବ କହିଥିଲେ ଏବଂ ଏହି ରାଷ୍ଟ୍ରୀୟ ସଂସ୍ଥାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପୁଣି କେନ୍ଦୁଝର ନଗରପାଳିକା ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ମାଧ୍ୟମରେ ଏହିପରି କାର୍ଯ୍ୟକ୍ରମ କରି ଚାଷୀଙ୍କୁ ଉତ୍ସାହିତ କରାଯିବ ବୋଲି ବୈଜ୍ଞାନିକ ଡ. ସନ୍ଦୀପ କୁମାର ବେହେରା କହିଛନ୍ତି।

Leave A Reply

Your email address will not be published.