ଜୟ ଶ୍ରୀ ରାମ ଫ୍ରେଣ୍ଡସ କ୍ଲବ ତରଫୁରୁ ଧୂମଧାମରେ ସରସ୍ବତୀ ପୂଜା ପାଳିତ।

0 2

ଭୁବନେଶ୍ୱର :(ସେକ କୌସର ):ବରଗଡ଼ ହାଇସ୍କୁଲ ନିକଟରେ ଥିବା ଫ୍ରେଣ୍ଡ କ୍ଲବ ପରିସରରେ ମା ବୀଣାପାଣିଙ୍କ ପୂଜା ଧୂମଧାମରେ ପାଳନ କରିଛନ୍ତି । ଏହି ଅବସରରେ ସରସ୍ବତୀ ଦେବୀଙ୍କ ମୂର୍ତ୍ତି ସୁସଜ୍ଜିତ ମେଢ଼ରେ ବସାଯାଇ ହୋମ କର୍ତାଭାବେ ଫେଲୁ ମହାନ୍ତି ବସି ବ୍ରାହ୍ମଣମାନଙ୍କ ବେଦଧ୍ଵନିରେ ମା ସରସ୍ୱତୀଙ୍କୁ ଆବାହନ କରାଯାଇ ଥିଲା ସମସ୍ତ ବୁଦ୍ଧିଜୀବୀ ମାନେ ମା’ଙ୍କୁ ପୁଷ୍ପାଞ୍ଜଳି ଓ ନୈବେଦ୍ୟ ସମର୍ପଣ ପୂର୍ବକ ମାଙ୍କ ଆଶ୍ରିବାଦ କାମନା କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଖୁବ୍ ଧୁମ୍ ଧାମରେ ସରସ୍ଵତୀ ପୂଜା ସଂଘ ପକ୍ଷରୁ ଆୟୋଜିତ ହୋଇଅଛି। ବିଭିନ୍ନ ସ୍ଥାନରେ ଓ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ମା ‘ ସରସ୍ଵତୀଙ୍କର ପୂଜା ଖୁବ୍ ଯାକଜମକ ସହିତ ପାଳନ ହେଉଅଛି।

Leave A Reply

Your email address will not be published.