ମୁଣ୍ଡରୀ ଭାଷାର ସମ୍ବିଧାନିକ ସ୍ୱୀକୃତୀ ନେଇ କେନ୍ଦ୍ରମନ୍ତ୍ରୀ ଙ୍କୁ ଦାବୀପତ୍ର ପ୍ରଦାନ 

16

ବାରିପଦା(ଦିଲ୍ଲୀପ ମହାନ୍ତି) ଭାରତ ମୁଣ୍ଡା ସମାଜର ଏକ ପ୍ରତିନିଧର ଦଳ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱିକୃତୀ ଦାବୀ ସମ୍ବଳିତ ଏକ ସ୍ମରକ ପତ୍ର ପ୍ରଧାନମନ୍ତ୍ରୀ ଙ୍କ ଉଦେ୍ଧଶ୍ୟରେ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ମନ୍ତ୍ରୀ ଜୁଏଲ ଓରାମ ଙ୍କୁ ପ୍ରଦାନ କରିଛନ୍ତି ।  ଭାରତ ମୁଣ୍ଡା ସମାଜର ଓଡିଶାର ସଭାପତି ରବିନ୍ଦ୍ର ନାଥ ସିଂ ଙ୍କ ନେତୃତ୍ୱରେ କେନ୍ଦ୍ରୀୟ  ସାଧାରଣ ସଂପଦକ ନାଥ ସିଂ , ଓଡିଶା ପ୍ରଦେଶର ସାଧାରଣ ସଂପାଦକ ଗୋବର୍ଦ୍ଧନ ସିଂ , କୋଷାଧକ୍ଷ ବାଇର ସିଂ , ଉପଦେଷ୍ଟା ମନୋଜ କୁମର ମୁଣ୍ଡା , ସକ୍ରୀୟ ସଭ୍ୟ , ଚନ୍ଦ୍ରମୋହନ ସିଂ , ରେମେଶ୍ୱର ସିଂ , ଗୁରୁଚରଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ମୁଣ୍ଡାରୀ ଭାଷା ସାମ୍ବିଧାନିକ ସ୍ୱିକୃତୀ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଓରାମ ପ୍ରତିଶୃତି ଦେଇଥିଲେ । ମୁଣ୍ଡ ସମ୍ପ୍ରଦାୟ ଭିତରେ ଥିବା ତମୁଡିଆ ଭୂିମିଜକୁ ଏସଟି ତାଲିକାଭୂକ୍ତ କରିବାପାଇଁ ସରକାରଙ୍କ ପାଖରେ ବହୁ ପୂର୍ବରୁ କରାଯାଇଥିବା ଦାବୀ କୁ ତୁରନ୍ତ ସମାଧାନ ପାଇଁ ପ୍ରତିନିଧିମାନେ କେନ୍ଦ୍ର ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Leave A Reply

Your email address will not be published.