ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ଗୁଆ ଗାଁ ଠାରେ ସାଇ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଟିତ ସଭା କାର୍ଯ୍ୟ କ୍ରମ ରେ କୃପାସିନ୍ଧୁ ମହାନ୍ତି ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ସୁରେଶ ଚନ୍ଦ୍ର ମହାନ୍ତି, ଅତିରିକ୍ତ ତହସିଲଦାର ଅଜୟ କୁମାର ସାହୁ, ଯୋଗ ଦେଇଥିଲେ। ଏହି ଅବସର ରେ ବିଦ୍ୟାଳୟ ର ଚେୟାର ମ୍ୟାନ ସୁଜାତା ପାଣିଗ୍ରାହୀ, ପରିଚାଳନା ନିର୍ଦ୍ଦେଶକ ମୁରଲୀ ଧର ପାଣିଗ୍ରାହୀ, ଅଧ୍ୟକ୍ଷ ତପନ କୁମାର ପାଢ଼ୀ, ଉପସ୍ଥିତ ରହି ଥିଲେ। ବିଦ୍ୟାଳୟ ର ବାର୍ଷିକ ବିବରଣୀ ଅଧ୍ୟକ୍ଷ ତପନ କୁମାର ପାଢ଼ୀ କରିଥିବା ବେଳେ ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସେଣ୍ଡ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତାରେ କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଛି। ଶେଷ ରେ ବିଦ୍ୟାଳୟ ର ପିଲା ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post