ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବାର ନମ୍ୱର୍ ୱାର୍ଡ ରେ ଥିବା ମହିଶା ପଦା ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟତ୍ରୀ କବିତା ମହାପାତ୍ର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇ ଯାଇଛି। ଅନୁଷ୍ଟିତ ସଭା କାର୍ଯ୍ୟ କ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ଖମାରୀ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ତପନ ଦ୍ୱିବେଦୀ, ଉର୍ମିଳା କର, ସି ଆର ସି ସି ଗୋଲାପ ସୁନ୍ଦର ନାୟକ, ରମ୍ଭା ମଣି ପଣ୍ଡା, ସାନ୍ତୁନୁ ପଳିତା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଖଗେଶ୍ବର ସାହୁ ଉପସ୍ଥିତ ଥିଲେ। ରଞ୍ଜନ କୁମାର ନାୟକ ଅତିଥି ମାନଙ୍କୁ ମଞ୍ଚ ଆମନ୍ତ୍ରଣ କରି ସଭା କାର୍ଯ୍ୟ ସଂଯୋଜନା କରିଥିଲେ। ଏହି ଅବସର ରେ ଅତିଥି ମାନେ ପ୍ରଧାନ ଶିକ୍ଷୟିତ୍ରୀ କବିତା ମହାପାତ୍ର ଙ୍କ ବିଷୟ ରେ ଅନେକ ବିଷୟ ଆଲୋଚନା କରିଥିଲେ। ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନଙ୍କ ତରଫ ରୁ ପ୍ରଧାନ ଶିକ୍ଷୟିତ୍ରୀ କବିତା ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶେଷ ରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ, ଛାତ୍ର ଛାତ୍ରୀ, ଅଭିଭାବକ, ଗ୍ରାମ ବାସୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଥିଲେ।