ବାଣପୁର:(ସେକ କୌସର):ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର କୋର୍ଟ ପରିସରରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଡିଶା ହାଇକୋର୍ଟ ଭିଡିଓ କନଫରେନସିଂ ଅଧିନିୟମ ଦ୍ୱାରା କିପରି ରାଜ୍ୟର ସମସ୍ତ କୋର୍ଟରେ ବିଚାରପ୍ରକ୍ରିୟା ତ୍ୱରିତ ହୋଇପାରୁଛି, ସେ ବିଷୟରେ ସଚେତନ କରାଇଥିଲେ ବିଚାରପତି।ଭିଡିଓ କନଫରେନସିଂ ସୁବିଧା ମାଧ୍ୟମରେ ଦୂର ଦୁରାନ୍ତରରେ ରହୁଥିବା ସାକ୍ଷୀ ମାନେ ସିଧାସଳଖ ଶୁଣାଣି ସମୟରେ ସମ୍ପୃକ୍ତ କୋର୍ଟ ଦ୍ୱାରା ଯୋଡି ହୋଇପାରିବେ ଯାହାଦ୍ୱାରା ସେମାନଙ୍କ ସମୟ ଅପଚୟ ହେବନାହିଁ ତଥା ଖର୍ଚ୍ଚାନ୍ତରୁ ମୁକ୍ତ ହେବେ। ସେହିପରି ଭାବେ ସୁପ୍ରିମକୋର୍ଟ ର ରାୟ ଇଂରାଜୀ ଭାଷାରୁ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି(ସୁଭାଷ) ଦ୍ୱାରା କିପରି ଆଞ୍ଚଳିକ ଭାଷାରେ ପରିବର୍ତ୍ତନ କରାଯାଇପାରୁଛି, ତାହା ଉପରେ ମଧ୍ୟ ସଚେତନ କରାଯାଇଥିଲା। ଏହା ଦ୍ୱାରା ଜନସାଧାରଣ ମାନେ ଉପକୃତ ହୋଇପାରିବେ ଏବଂ ସୁପ୍ରିମକୋର୍ଟ ରାୟ ନିଜ ଆଞ୍ଚଳିକ ଭାଷାରେ ପାଇପାରିବେ।ସମାନଭାବେ କୋର୍ଟଗୁଡିକୁ ପ୍ରଦାନ କରାଯାଇଥିବା ସୂଚନା ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସୁବିଧା ଏବଂ ଦେୱାନୀ ମାମଲାଗୁଡିକର ଶୀଘ୍ର ସମାଧାନ ପାଇଁ ହାଇକୋର୍ଟ ମଧ୍ୟସ୍ଥତା ଅଧିନିୟମ, ୨୦୦୭ ବିଷୟରେ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓକିଲ ସଂଘ ସଭାପତି ବୃନ୍ଦାବନ ପ୍ରଧାନଙ୍କ ସମେତ ଏକାଧିକ ଓକିଲ ଏବଂ କୋର୍ଟ କର୍ମଚାରୀ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.