ଜିଲ୍ଲା ଆଇନ ସଭା ପ୍ରାଧୀକରଣ ବିଭାଗ ତରଫରୁ କିନ୍ନର ମାନଙ୍କ ସହ ସଚେତନତା କାର୍ଯ୍ୟକ୍ରମ l

2

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,୩୧. ୦୧.୨୦୨୫: ଗୁରୁବାର ତା ୩୦. ୦୧.୨୦୨୫ ରିଖ ଦିନ ୩ଘଣ୍ଟା ସମୟରେ ନବରଙ୍ଗପୁର ଗାନ୍ଧିନଗର ସ୍ଥିତ “ଶକ୍ତି ସଦନ ” ଠାରେ ଏକ ସଚେତନତାର କାର୍ଯ୍ୟକ୍ରମ ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର କିନ୍ନର ଓ ଶକ୍ତିସଦନର ସମସ୍ତ ଅନ୍ତେ ବାସି ଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦିକା ଶ୍ରୀମତୀ ସାଇ ଅଭିପ୍ସା ଗଛାୟତ କିନ୍ନର ଓ ଶକ୍ତି ସଦନର ଅନ୍ତେବାସୀଙ୍କୁ ଆଗାମୀ ଦିନ ମାନଙ୍କରେ କିପରି ମୁଖ୍ୟ ସ୍ରୋତ କୁ ଆସି କିପରି ଆଇନ ସୁବିଧା ବିନା ଖର୍ଚ୍ଚ ରେ ପାଇପାରିବେ ବଲି ବୁଝାଇ ଥିଲେ। ଅବସର ପ୍ରାପ୍ତ ସିଡିପିଓ ଶ୍ରୀମତୀ ମନୋରମା ମାଝି କିନ୍ନର ମାନଙ୍କୁ ନିଜ ନିଜ ର ପରିଚୟ ପତ୍ର ଠିକ୍ ଭାବରେ ତିଆରି କରିବେ, ନିଜେ ନିଜର କିଛି ସଞୟ ରଖି ସ୍ୱାବଲମ୍ବୀ ହେବାପାଇଁ କହି ସ୍ୱଛଳ ଓ ସମାଜ ରେ ସମ୍ମାନର ସହିତ ବଞ୍ଚିବା ସହ ଶିକ୍ଷିତ ହେବା ପାଇଁ କହିଲେ ଓ କିଛି କିନ୍ନରଙ୍କ ର ସମାଜରେ ଥିବା ପ୍ରତିଷ୍ଠା ଓ ପ୍ରଥମ କିନ୍ନର ଦୀପା ସାହୁ ଙ୍କର ସଫଳତାର କଥା ଓ କିଛି ପେପର୍ କଟ୍ ଦେଖାଇ ସମସ୍ତ କିନ୍ନର ଓ ଶକ୍ତିସଦନର ଅନ୍ତେବାସୀଙ୍କୁ ବୁଝାଇ ଥିଲେ ସମାଜରେ ଥିବା ସମାନତା ବିଷୟରେ। ଏତଦବ୍ୟତୀତ ଜିଲ୍ଲା ସ୍ଵାସ୍ଥ୍ୟକେନ୍ଦ୍ର ର କିଛି କର୍ମକର୍ତ୍ତାଙ୍କ ଦ୍ବାରା କିନ୍ନର ଓ ଶକ୍ତିସଦନର ଅନ୍ତେବାସୀଙ୍କୁ “ହେପାଟାଇଟିସ ବି ” ର ସୁରକ୍ଷା ଓ ସଚେତନ ତା ପାଇଁ ରକ୍ତ ପରିକ୍ଷା କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଶକ୍ତିସଦନର ଅଧ୍ୟକ୍ଷ ଏମ୍ .ଅନିତା କୁମାରୀ, ଶକ୍ତି ସଦନର ସମସ୍ତ କର୍ମକର୍ତ୍ତା,ଆଇନଜୀବୀ କିଶୋରୀ ପଟ୍ଟନାୟକ, ନବରଙ୍ଗପୁର ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା ସ୍ଵର୍ଣ୍ଣଲତା ପଟ୍ଟନାୟକ, ଆଇନଜୀବୀ ରାକ୍ଷୀ ଜୈନ, କିନ୍ନର ମାନଙ୍କର ସଭାପତି ଚୁମକି କିନ୍ନର ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମ ର ଶେଷରେ ଆଇନଜୀବୀ କିଶୋରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.