ସୁନା ଅଳଙ୍କାର ଲୁଟ ମାମଲା: ନୟାଗଡରୁ ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ବାଣପୁର ପୋଲିସ

2

ବାଣପୁର:(ସେକ କୌସର):ଏକ ବର୍ଷ ତଳେ ସୁନା ଅଳଙ୍କାର ଲୁଟ ମାମଲାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ପୋଲିସକୁ ବଡ ସଫଳତା ମିଳିଛି। ଉକ୍ତ ମାମଲାରେ ଦୁଇଜଣ ଦୁର୍ବୁତ୍ତଙ୍କୁ ନୟାଗଡ ଅଂଚଳରୁ ଧରିବାରେ ସକ୍ଷମ ହୋଇଛି। ଦୁର୍ବୁତ୍ତ ଦୁଇଜଣ ହେଲେ ବାଣପୁରର ଶେଖ ହମିଦ (୨୫) ଏବଂ ଅମିତ କୁମାର ପଣ୍ଡା। ଉକ୍ତ ଲୁଟ ଘଟଣାରେ ଏବେବି ଆହୁରି ଦୁଇଜଣ ଲୁଟେରା ଫେରାର ଥିବା ଆଇଆଇସି ରମେଶ କୁମାର ଦେବତା କହିଛନ୍ତି।ପ୍ରକାଶ ଥାଉକି ଗତ ବର୍ଷ ଫେବୃଆରୀ ୨୯ ତାରିଖରେ ବାଣପୁର ବଜାରରେ ସୁନା ମରାମତି ଦୋକାନ କରିଥିବା ଦିଲୀପ କୁମାର ପାଲ (୬୪) ରାତିରେ ଦୋକାନ ବନ୍ଦକରି ଗ୍ରାହକ ମାନେ ତିଆରି କରିବାକୁ ଦେଇଥିବା ସୁନା ଅଳଙ୍କାର ଏବଂ ନଗଦ ୬୦ହଜାର ଟଙ୍କା ଧରି ଘରକୁ ଫେରୁଥିବା ସମୟରେ ଘର ପାଖରେ ଛକିଥିବା ଚାରିଜଣ ଦୁର୍ବୁତ୍ତ ଶ୍ରୀ ପାଲଙ୍କୁ ବନ୍ଧୁକ ଦେଖାଇ, ମାଡ଼ମାରି ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଶ୍ରୀଯୁକ୍ତ ପାଲ ବାଣପୁର ଥାନାରେ ଏତଲା ଦେବା ପରେ ପୋଲିସ ମୋକଦ୍ଦମା କରି ଦୁର୍ବୁତ୍ତ ମାନଙ୍କୁ ଖୋଜୁଥିଲା।କୌଣସି ସୂତ୍ରରୁ ପୋଲିସ ଖବର ପାଇ ନୟାଗଡ ଅଂଚଳରୁ ଉପରୋକ୍ତ ଦୁଇଜଣଙ୍କୁ କାବୁ କରିଥିଲା। ତେବେ ଦୁର୍ବୁତ୍ତ ମାନଙ୍କ ଠାରୁ ୧୫୦ଗ୍ରାମ ଓଜନର ଏକ ସୁନା ରଡ଼ ପୋଲିସ ଜବତ କରିଥିବା ସୂଚନା ମିଳିଛି। ଦୁର୍ବୁତ୍ତ ଦୁଇଜଣଙ୍କୁ ପୋଲିସ ବାଣପୁର କୋର୍ଟରେ ହାଜର କଲାପରେ କୋର୍ଟ ସେମାନଙ୍କୁ ବାଣପୁର ଉପକାରାଗାରକୁ ପଠାଇଦେଇଥିବା ଜଣାପଡିଛି।

Leave A Reply

Your email address will not be published.