ବାଣପୁର:(ସେକ କୌସର):ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ କିନ୍ନର ମାନଙ୍କ ଉଦ୍ଦେଶ୍ୟରେ ଏକ ଆଇନ ସଚେତନତା ଶିବିର ଆଜି ବାଣପୁର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ କିନ୍ନର ମାନଙ୍କ ପାଇଁ କି ପ୍ରକାର ଆଇନ ସୁବିଧାମାନ ଅଛି, ଏଥି ସହିତ କିନ୍ନର ମାନେ କିପରି ସାମାଜିକ ସ୍ରୋତରେ ସାମିଲ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା।କିନ୍ନରମାନେ ମଧ୍ୟ ବିଭିନ୍ନ ସରକାରୀ ସୁବିଧା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନେ ନିଜର ଅଧିକାର ଜାଣିବା ଦରକାର ବୋଲି ବିଚାରପତି ଶ୍ରୀ ମହାପାତ୍ର କହିଥିଲେ। ତତସହିତ ଯଦି କୌଣସି କିନ୍ନର ଭାଇ ଭଉଣୀ ଆଇନଗତ ସହାୟତାରୁ ବଞ୍ଚିତ ହେଉଛନ୍ତି ତେବେ ସେ ତାଲୁକ ଆଇନ ସେବା ସମିତିର ଦ୍ୱାରସ୍ଥ ହୋଇ ନ୍ୟାୟ ପାଇପାରିବେ ବୋଲି ବିଚାରପତି କହିଥିଲେ।ଏହି ଅବସରରେ କିନ୍ନର ମାନେ ସମ୍ପ୍ରତି ସମାଜରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଏବଂ ତାହାର ସମାଧାନ ନିମନ୍ତେ ବିଚାରପତିଙ୍କୁ ଅବଗତ କରାଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଣି ଗିରିବାଳା ନାୟକ, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଉପସଭାପତି ରାମଚନ୍ଦ୍ର ପଲେଇ,ଆଇନଜୀବୀ ସୀତାରାମ ଅଗ୍ରୱାଲ,ଭି. କାମେଶ୍ୱର ଆଚାରୀ, ଅଜିତ ବାରିକି,ସୁନୀଲ ମହାପାତ୍ର, ବିପ୍ଳବ ମୁଦୁଲି ଏବଂ ବାଣପୁର-ବାଲୁଗାଁ ଅଞ୍ଚଳର କିନ୍ନର ସଂଘର ନେତ୍ରୀ ଚିନ୍ମୟୀ ବେହେରାଙ୍କ ସମେତ ଏକାଧିକ କିନ୍ନର ମାନେ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.