ବାଣପୁର:(ସେକ କୌସର ):ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଗତକାଲି ଏକାଧିକ ସ୍ଥାନରେ ଛୋଟ ବଡ଼ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ହଳନ୍ଦା ସେବା ସମବାୟ ସମିତି ଲିଃ ର କାର୍ଯ୍ୟାଳୟ ରୁ ଗତକାଲି ରାତିରେ ଦୁର୍ବୁତ୍ତ ମାନେ କବାଟ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ସରଞ୍ଜାମ ଚୋରି କରି ନେଇଛନ୍ତି।ଉକ୍ତ କାର୍ଯ୍ୟାଳୟରୁ ଗୋଟାଏ ମନିଟର, ଦୁଇ ଗୋଟି ସିପିୟୁ, ଗୋଟିଏ ଲାପଟପ, ଚାରି ଗୋଟି ସିସିଟିଭି, ଦୁଇ ଗୋଟି ପ୍ରିଣ୍ଟର ଏବଂ ଅନ୍ୟ ଛୋଟ ମୋଟ ଜିନିଷ ଯାହାର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଧ୍ଵ ହେବ ଆଦି ଚୋରି ହୋଇଯାଇଛି। ଏ ନେଇ ଆଜି ସକାଳେ ସେବା ସମବାୟ ସମିତିର ସମ୍ପାଦକ ଜୟନ୍ତ କୁମାର ରଣସିଂହ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ସେହିପରି ଭାବେ ହଳନ୍ଦା ଛକ ଉପରେ ଅବସ୍ଥିତ ଏକ ଦୋକାନ ଗୃହର ସିସିଟିଭି ମଧ୍ୟ ଚୋରି ହୋଇଯାଇଥିବା ଦୋକାନ ମାଲିକ ଦୀପକ ଦାସ ଥାନାରେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ନରେନ୍ଦ୍ରପୁର ସ୍ଥିତ ଏକ କାରର କାଚକୁ ଦୁର୍ବୁତ୍ତ ମାନେ ଗତକାଲି ଭାଙ୍ଗିଥିବା ସୂଚନା ମିଳିଛି । ତେବେ ଉକ୍ତ ସମସ୍ତ ଚୋରି ସମାନ ଗ୍ୟାଙ୍ଗ କରିଥିବା ଅନୁମାନ କରାଯାଉଛି। ତେବେ ଏ ନେଇ ବାଣପୁର ପୋଲିସ ତଦନ୍ତ ଆରମ୍ଭ କରିଦେଇଥିବା ଆଇଆଇସି ରମେଶ କୁମାର ଦେବତା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post