ଦିବାକର ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ ର ଉଦ୍ ଘାଟନ

0 2

 ପ୍ରଥମ ଦିନ ଖେଳ ରେ ୨-୧ ରେ ରାଜକନିକା ବିଜୟୀ।   

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ସୁଙ୍ଗୁଡା  ନୀଳମଣି ମିନି ଷ୍ଟାଡିୟମରେ ଶ୍ରୀ ଗଣେଶ କ୍ଳବ୍ ପକ୍ଷ ରୁ ଦିବାକର ମେମୋରିଆଲ ଫୁଟବଲ  ଟୁର୍ଣା ମେଣ୍ଟ ର ଉଦ୍ ଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ  ଦିନ ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ, ସମାଜ ସେବୀ ଭାଗିରଥି ବଳ, ସୁରେଶ ଚନ୍ଦ୍ର ମହାନ୍ତି, ଶିକ୍ଷାବିତ୍ ମାଧବ ଚନ୍ଦ୍ର ପୁହାଣ, ସଞ୍ଜୟ ରାଉତ ପ୍ରଶାନ୍ତ ନାୟକ ଯୋଗ ଦେଇଥିଲେ। ଏହି ଅବସର ରେ କ୍ଳବ୍ ର ସଭାପତି ଗୌରାଙ୍ଗ ବେହେରା, ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ଓ ଉପ ସଭାପତି ଉପସ୍ଥିତ ଥିଲେ। ପ୍ରଥମ ଦିନ ରେ ଖେଳ ଏ ଏଫ୍ ଏ ମେଚ୍ଛଦା ଓ ରାଜକନିକା ମଧ୍ୟ ରେ ଅନୁଷ୍ଟିତ ହୋଇଥିଲା  ଏବଂ ୨-୧ ରେ ରାଜକନିକା ଟିମ୍ ବିଜୟୀ ହୋଇ ଥିଲା। ଖେଳ ଟିକୁ ରେଫରୀ ଭାବ ରେ ମାନସ କୁମାର ବିଶ୍ବାଳ, ରାମ ଚନ୍ଦ୍ର ବେହେରା ଓ ଗଣେଶ୍ୱର ସିଂ ପରିଚାଳନା କରିଥିଲେ। କ୍ଳବ୍ ର ସଭାପତି, ସମ୍ପାଦକ, ଙ୍କ ସହ ଉପ ସଭାପତି ଏସ କେ ଗୋଲାମ ସଫିୟାନ୍, ସହ ସମ୍ପାଦକ ହୃଷୀକେଶ ସାହୁ ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.