ମାଟିଖାଇ ଢାବାରେ ପସି ପିସ୍ତଳ ଦେଖାଇ ଧମକ ଦେବା ଅଭିଯୋଗ ରେ ଅଭିଯୁକ୍ତ ଗିରଫ

0 2

 ପିସ୍ତଲ ସହ ଦୁଇ ଜୀବନ୍ତ ଗୁଳି ଜବତ

ଖପ୍ରାଖୋଲ ୨୭/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅଧୀନସ୍ଥ ଖପ୍ରାଖୋଲ ପାଟଣାଗଡ଼ ରାସ୍ତା ମାଟିଖାଈ ଗାଁ ନିକଟ ଯାଦବ ଢ଼ାବାରେ ପସି ପିସ୍ତଳ ଦେଖାଇ ଧମକ ଦେବା ଅଭିଯୋଗ ରେ ଖପ୍ରାଖୋଲ ପୋଲିସ ମାଟିଖାଇଗାଁ ର ପବିତ୍ର ଚିରାଙ୍ଗୁଲ (୪୮) କୁ ଗିରଫ କରି ରାବିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଡେଇଛି। ଅଭିଯୁକ୍ତ ଠାରୁ ଏକ ଦେଶୀ ପିସ୍ତଳ ସହିତ ଦୁଇଟି ଜୀବନ୍ତ ଗୁଳି ଜବତ କରିବା ସହିତ ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୨୪/୨୫ ରେ ଭାରତୀୟ ନ୍ୟାୟ ସଂହିତା ଧାରା ୩୦୯(୬) ଏବଂ ଆର୍ମ ଏକ୍ଟ ର ୨୫/୨୭ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି।

Leave A Reply

Your email address will not be published.