ଖଣ୍ଡାହତାରେ ‘ଉଜ୍ଜ୍ୱଳା ଯୋଜନା’ରେ ଗ୍ୟାସ ବଂଟନ On Nov 26, 2017 20 Share ବ୍ୟାସନଗର/Jayshankar Dash : ଭାରତୀୟ ଜନତା ପାର୍ଟି ବ୍ୟାସଦେବ ମଣ୍ଡଳ ତରଫରୁ ବ୍ୟାସନଗର ମ୍ୟୁନିସପାଲିଟିର ୨୬ ନଂ. ୱାର୍ଡ ଖଣ୍ଡାହତାଠାରେ ପ୍ରଧାନମନ୍ତ୍ରୀଙ୍କ ‘ଉଜ୍ଜ୍ୱଳା ଯୋଜନା’ରେ ମାଗଣାରେ ତା. ୨୫/୧୧/୧୭ରେ ଗ୍ୟାସ ବଂଟନ କରାଯାଇଛି । କୋରେଇର ପୁର୍ବତନ ବିଧାୟିକା ସଂଚିତା ମହାନ୍ତିଙ୍କ ପରାମର୍ଶ କ୍ରମେ ଭା.ଜ.ପା ବ୍ୟାସଦେବ ମଣ୍ଡଳ ଉପ-ସଭାପତି ବସନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗ୍ୟାସ ବିତରଣ ଉତ୍ସବରେ ଯାଜପୁର ଜିଲ୍ଲା ମିଡିଆ ସେଲ ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଜିଲ୍ଲା ପଣ୍ଡିତ ଦୀନ ଦୟାଲ ଗରୀବ କଲ୍ୟାଣ ଯୋଜନା ସଂଯୋଜକ ପ୍ରସନ୍ନ ସାମଲ, ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଦ୍ୟୁତପ୍ରଭା ରାୟ, ସଂପାଦିକା ରୀନା ପାତ୍ର ପ୍ରମୁଖ ଯୋଗ ଦେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକର ସଫଳତା ଉପରେ ଆଲୋକପାତ କରିବା ସହ ‘ଉଜ୍ଜ୍ୱଳା ଯୋଜନା’ର ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମଂଜୁଲତା ପାତ୍ର, ରଂଜିତା ବିଶ୍ୱାଳ, ସୁଲୋଚନା ଦେ, ରାଣୀ ରାମ, ଅହଲ୍ୟା ପାତ୍ର, ମୁନି ପାତ୍ର, ପ୍ରମିଳା ପାତ୍ର, ମଂଜୁଲତା ସେନାପତି, ପ୍ରମିଳା ପୃଷ୍ଟି, ଜେମା ପାତ୍ର, ସୋନାଲି ସାହୁ, ପୂର୍ଣ୍ଣିମା ପାତ୍ର, କନକ ପାତ୍ର, ଫୁଲ ପାତ୍ର, ଦେବକୀ ପାତ୍ର, ଛବିରାଣୀ ପାତ୍ର, ଛଗାଲ କସ୍ତୁରୀ, ଚଂଚଳା ମହାରଣା, ସୁକାନ୍ତି ଦାସ, ସୁମିତ୍ରା ପାତ୍ରଙ୍କ ସମେତ ବହୁ ମହିଳା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ହିତାଧିକାରୀମାନଙ୍କୁ ଏଲ.ପି ଗ୍ୟାସ ସିଲିଣ୍ଡର ସହ ଚୁଲା, ରେଗୁଲେଟର, ପାଇପ ଓ ଅନ୍ୟାନ ଉପକରଣ ମାଗଣାରେ ବଂଟନ କରାଯାଇଥିଲା । ଶେଷରେ ଅସିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । 20 Share FacebookTwitterGoogle+ReddItWhatsAppPinterestEmail