କଥା ଦେଇଥିଲେ, କଥା ରଖିଲେ

0

 

ନେତା-ପ୍ରଶାସକ ମିଶି ସଫା କଲେ ବାଳାଶ୍ରମ ପଡିଆ 

ଯାଜପୁର/ Jayashankar Dash : ଯାଜପୁର ସହର ସ୍ଥିତ ବାଳାଶ୍ରମ ପଡିଆକୁ ଶନିବାର ପୂର୍ବାହ୍ନରେ ସାମୂହିକ ସଫେଇ କରାଯାଇଚ୍ଥି । ଏହି ସପେଂଇରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଜିଲ୍ଲାପାଳ  ରଂଜନ କୁମାର ଦାସ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ସ୍ୱତନ୍ତ୍ର ଭୂ-ଅର୍ଜନ ଅଧିକାରୀ ନିହାର ରଂଜନ ଦାଶ, ପୈାରପାଳ ଭବ ପ୍ରସାଦ ଦାସ, ଡେପୁଟୀ କଲେକ୍ଟର  ଇନ୍ଦିରା ବେହେରା, ମଂଜୁଲତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଏହି ସ୍ୱଚ୍ଚ୍ଥତା ଅଭିଯାନକୁ ପରିଚାଳନା କରିଥିଲେ ।  ଗତ ୧୪ ତାରିଖରେ  ୬ଷ୍ଠ ଜିଲ୍ଲା ମହୋତ୍ସବର ପରିସମାପ୍ତି ଘଟିଥିଲା ।  ମହସ୍ତସବ  କମିଟି ପୂର୍ବରୁ ଉତ୍ସବ  ଶେଷର ପରଦିନ ବାଳାଶ୍ରମ ପଡିଆକୁ ସଫା କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା । ବର୍ତ୍ତମାନ ପଡିଆ  ଶୁଖିଯାଇଥିବାରୁ ଜିଲ୍ଲାପାଳ ଏହି ସପେଂଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଥିଲେ ।  ସେହି ଅନୁସାରେ ସକାଳୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ପୈାର ପରିଷଦର କାଉନ୍ସିଲର ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ  ସପେଂଇ କର୍ମଚାରୀ, ବିଭିନ୍ନ ଲାଇନ  ଡିପାର୍ଟମେଣ୍ଟର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ, ଇନଟାକ୍ ଚାପ୍ଟର ଯାଜପୁରର ସଦସ୍ୟ, ପତଞ୍ଜଳି ଯୋଗ ଶିବିରର ସଦସ୍ୟ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପଡିଆକୁ ସପାଂ କରିଥିଲେ ।   ମହୋତ୍ସବ ଆମେ ସୁରୁଖୁରୁରେ ଓ ସମସ୍ତଙ୍କ ସହଯୋଗରେ ସପଂଳ କରିଥିଲୁ । ମହୋତ୍ସବରର ବ୍ୟାପକ ଜନସାମାଗମ  ପାଇଁ ଅଳିଆ ହୋଇଥିଲା ।   ତେଣୁ ପୁଣି ସମସ୍ତେ ମିଶି ଏହାକୁ ପରିଷ୍କାର ପରିଚ୍ଚ୍ଥନ୍ନ  କରିବାର ନିଷ୍ପତ୍ତି ନେଲୁ ବୋଲି ବିଧାୟକ ଓ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ସପାଂ ହେବା ପରେ ଚକ୍ ଚକ୍ ଦିଶୁଥିବା ପଡିଆ ଦେଖି ସାଧାରଣ ଜନତା  ମଧ୍ୟ ବେଶ୍ ଖୁସି ।  ଏଥିପାଇଁ ସେମାନେ ସପେଂଇରେ ସାମିଲ ଥିବା ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ଏହା ଅନ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ  ହେବ ବୋଲି କହିଚ୍ଥନ୍ତି ।

Leave A Reply

Your email address will not be published.