ଭଞ୍ଜନଗର ସ୍ଥିତ ଆଇ.ଆର୍.ବି ବାଟାଲିୟନ ଦ୍ଵାରା ସାଧାରଣତନ୍ତ୍ର ଦିବସ ପାଳନ

0 2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆମ ଦେଶ ଭାରତ ବର୍ଷରେ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ପାଳନ ହେଉଛି। ଏହି ଦିନ ଅର୍ଥାତ୍ ୧୯୫୦ ମସିହା ଜାନୁଆରୀ ୨୬ ତାରିଖ ଦିନ ଆମ ସମ୍ବିଧାନ ପୂର୍ଣ୍ଣ କାର୍ଯ୍ୟକାରୀ ହୋଇଥିଲା। ସେଥିନିମିତ୍ତ ଏହି ଅବିସ୍ମରଣୀୟ ଦିନକୁ ସାରା ଦେଶ ମହାନ୍ ପର୍ବ ରୂପେ ପାଳନ କରି ଆସୁଛି। ସେହିପରି ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସ୍ଥିତ ଭାରତୀୟ ଅଷ୍ଟମ ସ୍ୱତନ୍ତ୍ର ସଂରକ୍ଷିତ ବାହିନୀ ତରଫରୁ ମହାଆଡମ୍ବର ସହକାରେ ପାଳିତ ହୋଇଛି ଏହି ୭୬ ତମ ସାଧାରଣତନ୍ତ୍ର ଦିବସ ଉତ୍ସବ।
ଉକ୍ତ ବାଟାଲିୟନ ପରିସର ମଧ୍ୟରେ ଥିବା ପଡ଼ିଆ ଠାରେ ଏହି ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ରୂପେ ଦୁର୍ଗପତି ତଥା ବାଟାଲିୟନ କମାଣ୍ଡେଣ୍ଟ୍ ଶ୍ରୀଯୁକ୍ତ ସୁଧାକର ମିଶ୍ର ଯୋଗଦାନ କରି ଶାନ୍ତି, ମୈତ୍ରୀ, ସମୃଦ୍ଧି,ଓ ସ୍ଵାଭିମାନ ର ଜାତୀୟ ତ୍ରିରଙ୍ଗା ପତାକା ଉତ୍ତୋଳନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀ ଜନସାଧାରଣ ଓ ନିଜ ବିର ସାହାସୀ ଜବାନ୍ ମାନଙ୍କୁ ନିଜ ଦେଶ ଓ ଜାତିର ସ୍ଵାଭିମାନ ବିଷୟରେ ଉଦବୋଧନ ପ୍ରଦାନ କରିଥିଲେ। ଶ୍ରୀଯୁକ୍ତ ଲଲିତ କୁମାର ବାଘ ଉପଦୁର୍ଗପତି, ପ୍ୟାରେଡ୍ କମାଣ୍ଡର୍ ମନୋରଞ୍ଜନ ତରାଇ, ଦୁତୀୟ ପ୍ୟାରେଡ୍ କମାଣ୍ଡର୍ ଅସିତ୍ କୁମାର ମଧ୍ୟ ଉପସ୍ଥିତ ଥିଲେ। ଆଜିର ଏହି ୭୬ ତମ ସାଧାରଣତନ୍ତ୍ର ଦିବସ ନିମନ୍ତେ ଏଠାରେ ଏକ ଆକର୍ଷଣୀୟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା ଏଥିରେ ଅଷ୍ଟମ ବାଟାଲିୟନ ର ସଶସ୍ତ୍ର ପ୍ୟାରେଡ୍ ଦଳ,ବେଣ୍ଡ୍ ପାର୍ଟି ବା ଘୋଷବାଦକ ଦଳ, ଓଡାଫଟ୍ ଦଳ, ଏନ୍.ସି.ସି ବିରିପୁର, ଆର୍ଯ୍ୟ ଗୁରୁକୁଳ ଆଶ୍ରମର ସ୍କାଉଟ୍ ଓ ଗାଇଡ୍ ଦଳ, ଜୁନିଅର୍ ରେଡ୍ କ୍ରସ୍ ଦଳ, ଶ୍ରୀବତ୍ସ ପ୍ରାଥମିକ ବିଦ୍ୟାଳୟ ତନରଡା, ଶ୍ରୀ ଅରବିନ୍ଦ ପୁର୍ଣ୍ଣାଗଂ ଶିକ୍ଷାକେଦ୍ର ତନରଡା ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଦୁଃସାହସିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପ୍ରତିଯୋଗିତା ର କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଉକ୍ତ ବାଟାଲିୟନ ର ଏ ବିଘ୍ନେଶ୍ୱର ରାଓ, ବିଜୟ କୁଅଁର, ସୁନିଲ୍ କୁମାର ରଥ, ବିବେକାନନ୍ଦ ଦାଶ, ରାଜ କିଶୋର ସାମଲ୍, ଲଷ୍ମିକାନ୍ତ ନାୟକ, ପ୍ରଶାନ୍ତ କୁମାର ଖେସ୍ , ସୁଜିତ୍ ବେହେରା ଉପସ୍ଥିତ ଥିବା ସହିତ, ସମସ୍ତ ଉପସ୍ଥିତ ହାବିଲଦାର ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.