ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

0 1

ପଦ୍ମପୁର ୨୬/୦୧: ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ଶିଶୁ ମନ୍ଦିର ବିଭାଗରେ ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡରେ ରେ ଅଭିଭାଦନ ଗ୍ରହଣ କରିଥିଲେ। ଅନ୍ୟତମ ଅତିଥି ଭାବେ ପୁର୍ବ ଛାତ୍ର ସଂସଦ ର ସଂପାଦକ ଶ୍ରୀଯୁକ୍ତ ଅଜୟ ଅଗ୍ରୱାଲ ଯୋଗଦେଇ ଥିଲେ।ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସୁକାନ୍ତ କିଶୋର ସାହୁ ସଂଯୋଜନା କରିଥିଲେ ।ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବୃତ୍ତି ପରୀକ୍ଷାରେ ଓ NRTS ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ୧୩ ଜଣ ଭାଇଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉପଖଣ୍ଡ ସ୍ତରରେ ବିଭିନ୍ନ ପ୍ରତିଯୋଗୀତାରେ ୨୮ଜଣ ଭାଇଭଉଣୀ ମାନେ ପୁରସ୍କୃତ ହୋଇଥିବା ବେଳେ ମିଳିତ ପ୍ୟାରେଡରେ ଘ ବିଭାଗରେ ଭଉଣୀ ମାନେ ଓ ଙ ବିଭାଗରେ ଭାଇ ମାନେ ପୁରସ୍କୃତ ହୋଇଥିଲେ।ବିଦ୍ୟାମନ୍ଦିର ବିଭାଗରେ ମୁଖ୍ୟ ଅତିଥି ଭାବରେ କୋଷ।ଧ୍ଯକ୍ଷ ଶ୍ରୀଯୁକ୍ତ ଘନଶ୍ୟାମ ପୁଞ୍ଜି ଦୀପ ପ୍ରଜ୍ଜ୍ୱଳନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଉପସଭାପତି ଶ୍ରୀଯୁକ୍ତ ଗୋପାଳ କୃଷ୍ଣ ମିଶ୍ର ଓ ବିଶ୍ଵ ହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର ସମ୍ପାଦକ ଶ୍ରୀଯୁକ୍ତ ଭକ୍ତଚରଣ ସାହୁ ଉପସ୍ଥିତି ଥିଲେ । ବିଦ୍ୟାମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡନସନା ମୁଖ୍ୟ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ କଲ୍ୟାଣୀ ମିଶ୍ର ଗୁରୁମା ସଂଯୋଜନା କରିଥିବା ବେଳେ ଶ୍ରୀଯୁକ୍ତ ତରଣୀସେନ ମହାପାତ୍ର ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ ।ମାତୃଭାରତୀ ର ସଭ୍ୟା ବୃନ୍ଦ, ପୂର୍ବ ତନ ଛାତ୍ର ସଂସଦ ର ସଭ୍ୟ ସଭ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ।ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.