ଓଡ଼ଗାଁ ୨୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ପଞ୍ଚାୟତ ହିସାବ ରକ୍ଷକ ତଥ୍ୟ ନିକ୍ଷେପଣ ପରିଚାଳକ (ଏ .ଡି.ଇ .ଓ) ସଂଘର ସଭାପତି ଜିତେନ୍ଦ୍ର କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଦୂତିକେଶ୍ବର ମନ୍ଦିର ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ସଂଘର ରାଜ୍ୟ ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ସଭାପତି ପ୍ରଭାତ କୁମାର ତିଓ୍ବାରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ସଂଘ ଉପ ସଭାପତି ସୁରେଶ କୁମାର ପାଣିଗ୍ରାହୀ, ରାଜ୍ୟ ସଙ୍ଗଠନ ସମ୍ପାଦକ ଅଜୟ କୁମାର ଜେନା, କୋଷାଧ୍ୟକ୍ଷ ଦେବାଶିଷ ରାଉତ, ରାଜ୍ୟ ସଂଘ ସମ୍ପାଦକ ସଂଗ୍ରାମ କୁମାର ସିଂ, ପୁରୀ ଜିଲ୍ଲା ସଭାପତି ଜଗବନ୍ଧୁ ଦଳେଇ, ରାୟଗଡ଼ାରୁ ପ୍ରଫୁଲ୍ଲ ହାଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦେଶପ୍ରେମ ଦିବସକୁ ସଂଘ ସାଙ୍ଗ ଦିବସ ଭାବେ ପାଳନ କରିବା ପାଇଁ ସ୍ଥିର ହେଇଥିଲା । ଗାଳି ତାଳି ଓ କୋଳା କୋଳି ମାଧ୍ୟମରେ ସଂଘର ସମସ୍ତ କାର୍ଯ୍ୟକୁ ସୃଙ୍ଖଳିତ ଭାବରେ ପରିଚାଳନା କଲେ ସଫଳତା ଅବଶ୍ୟ ମିଳିବ ବୋଲି ଅତିଥି ମାନେ କହିଥିଲେ । ନୟାଗଡ଼ ଜିଲ୍ଲାର ୮ ବ୍ଳକର ସଭାପତି, ସମ୍ପାଦକ କୋରକମିଟି ସଦସ୍ୟ ମାନଙ୍କ ସହିତ ନୟାଗଡ଼ ଜିଲ୍ଲା ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ନିରଞ୍ଜନ ମିଶ୍ର, ଉପଦେଷ୍ଟା ବାଦଲ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ରାଜ୍ୟ ତଥା ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post