୧୯୯୦ ମାଟ୍ରିକ ବ୍ୟାଚର ପାରିବାରିକ ବନ୍ଧୁମିଳନ

0 1

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ଆଜି ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ୧୯୯୦ ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରସିଦ୍ଧ ଦୈବୀ ପୀଠ ମା ଭଟ୍ଟାରିକା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ୬ଘଣ୍ଟ ସମୟରେ ବେଲଗୁଣ୍ଠା ସ୍ଥିତ ଶ୍ରୀ ଶ୍ରୀ ଲଷ୍ମୀନୃସିଂହ ମନ୍ଦିର ସମ୍ମୁଖରୁ ଯାତ୍ରା ଆରମ୍ଭ ହୋଇ ଓଡଗାଁ ଶୈବପୀଠ ଶ୍ରୀ ଦ୍ଵିତୀକେଶ୍ୱର, ଶରଣକୁଳ ଅବସ୍ଥିତ ଲଡ଼ୁବାବା ଓ ରଘୁନାଥ ମନ୍ଦିର ପରେ ନୟାଗଡ ସ୍ଥିତ ମା ଦକ୍ଷିଣକାଳୀଙ୍କ ଦର୍ଶନ ସାରି ମା ଭଟ୍ଟାରିକା ପୀଠରେ ପହଞ୍ଚି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫ଟି ପରିବାର ସାମିଲ ହୋଇଥିଲେ। କାର୍ଯ୍ୟକ୍ରମକୁ ତାରା଼ପ୍ରସାଦ ଗୌଡ଼, ଭଗବାନ ସାହୁ, ଅଶୋକ କୁମାର ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ସନ୍ତୋଷ ପାତ୍ର, ମନୋଜ କୁମାର ପାତ୍ର, ତ୍ରିପତି ପାତ୍ର, ଦ୍ୱାରିକା ପାତ୍ର, ବିଶ୍ୱନାଥ ଡାକୁଆ, ଅରୁଣ ଖଣ୍ଡୁଆଳ,ବାଲ୍ୟମନ୍ତ ସାହାଣୀ,ସୂର୍ଯ୍ୟ ଆଚାରୀ, ରବୀନ୍ଦ୍ର ସ୍ୱାର ସମସ୍ତ ସହଯୋଗ କରିଥିଲେ।

Leave A Reply

Your email address will not be published.