ଜଗତସିଂହପୁର – ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଶ୍ରୀ ଶିରିଡି ସାଇ ଚ୍ୟାରୀଟେବୁଲ ଟ୍ରଷ୍ଟର ପୂର୍ବତନ ସଭାପତି ନିଖିଲ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଭୁବନେଶ୍ୱରର ବିଖ୍ୟାତ କେୟାର ହସ୍ପିଟାଲ କତୃପକ୍ଷଙ୍କ ସହାୟତାରେ ଏକ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି | ଯେତେବେଳେ ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ଖରାପ ହୁଏ, ସେତେବେଳେ ବ୍ୟକ୍ତି ଜଣଙ୍କ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଏ, ପରେ ସ୍ୱାସ୍ଥ୍ୟ ଭଲ ହେବାପାଇଁ ଭଗବାନଙ୍କ ନିକଟରେ ଶରଣ ପଶେ | ଏହି ଭାବ ଧାରାକୁ ଲକ୍ଷ୍ୟ ରଖି ଏହି ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ ସ୍ଥାନୀୟ ଶତାଧିକ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା କରାଯାଇ ଆବଶ୍ୟକୀୟ ପରାମର୍ଶ ଦିଆଯାଇଥିଲା |
ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଡ଼ଃ ରୁଦ୍ର ମହାନ୍ତି ଙ୍କ ପୌରହିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପାଟକୁରା ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର ଉଦଘାଟନ କରିଥିଲେ |
ଅନ୍ୟମାନଙ୍କ ମଧ୍ୟରେ ଗରଦପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଅଭୟ ମହାରାଜ, ସମିତି ସଭ୍ୟ ଶ୍ରୀ ବାସୁଦେବ ବେହେରା, ପୂର୍ବତନ ସରପଞ୍ଚ ଶ୍ରୀ ରବୀନ୍ଦ୍ର ମହାପାତ୍ର, ରାଜ୍ୟ ମହିଳା କମିଶନର ପରାମର୍ଶଦାତା ଡ଼ଃ ଟୁନା ସାହୁ, ଗୀତିକାର ଜ୍ଞାନବ୍ରତ ମହାନ୍ତି, ସତ୍ୟ ଶେଖର ପରିଡା ପ୍ରମୁଖ ଏଥିରେ ଯୋଗଦେଇ ସାଇ ମନ୍ଦିର ଟ୍ରଷ୍ଟର ଏପରି ମହତ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ | ଟ୍ରଷ୍ଟ ତରଫରୁ ସାମ୍ବାଦିକ ସର୍ବଶ୍ରୀ ଦୀପ୍ତି ରଞ୍ଜନ କାନୁନଗୋ, ପ୍ରଦୀପ ସ୍ୱାଇଁ, ଚନ୍ଦ୍ରଶେଖର ବିଶ୍ୱାଳ ପ୍ରଭୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |
ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସ୍ୱରୂପ ମହାନ୍ତି, ବିଭୂତି ବରାଳ, ସୁକାନ୍ତ ଦାଶ, ରାମଚନ୍ଦ୍ର ଭଞ୍ଜ, କୌଶିକ ମହାନ୍ତି, ଦେବୀପ୍ରସାଦ ମହାନ୍ତି, ଚଣ୍ଡୀ ମହାନ୍ତି, ନଳିନୀ ମହାନ୍ତି ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.