୩୮ତମ ନ୍ୟାସନାଲ ଗେମ୍ସ :ଓଡ଼ିଶାରୁ ୩୦୨ ଜଣ କ୍ରୀଡ଼ାବିତ ଏବଂ ତାଙ୍କ ସହିତ ୭୫ଜଣ ସପୋର୍ଟ ଷ୍ଟାଫ୍

0 1

କ୍ରୀଡ଼ାମନ୍ତ୍ରୀ  ଜଣାଇଲେ ଶୁଭେଚ୍ଛା ଓ ଅଭିନନ୍ଦନ 

ଭୁବନେଶ୍ୱର, (୨୪ ଜାନୁଆରୀ,୨୦୨୫): ଆସନ୍ତା ୨୮ ଜାନୁଆରୀ ରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଠାରେ ୩୮ତମ ନ୍ୟାସନାଲ ଗେମ୍ସ (୩୮ତମ ରାଷ୍ଟ୍ରୀୟ ଖେଳ ପ୍ରତିଯୋଗିତା) ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩୦୨ ଜଣ କ୍ରୀଡ଼ାବିତ ଏବଂ ତାଙ୍କ ସହିତ ୭୫ଜଣ ସପୋର୍ଟ ଷ୍ଟାଫ୍ ଯୋଗଦେବେ।

ଏହି ଅବସରରେ ଆଜି କଳିଙ୍ଗ ଷ୍ଟାଡିୟମ୍ ଠାରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କ୍ରୀଡ଼ାବିତ ଓ ସପୋର୍ଟ ଷ୍ଟାଫଙ୍କ ସହ ସାକ୍ଷାତ କରି ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ଆମ କ୍ରୀଡ଼ାବିତମାନେ ହେଲେ ଆମ ଗର୍ବ ଓ ଗୌରବ। ନ୍ୟାସନାଲ ଗେମ୍ସର ବିଗତ ସଂସ୍କରଣରେ ଓଡ଼ିଶାକୁ ସର୍ବମୋଟ ୫୮ଟି ପଦକ ଏବଂ ୧୦ଟି ସ୍ବର୍ଣ୍ଣ ପଦକ ମିଳିଥିଲା। ଏଥର ଆମ କ୍ରୀଡ଼ାବିତମାନେ ଆହୁରି ଅଧିକ ପଦକ ଜିତିବେ ବୋଲି ମୁଁ ଆଶା କରୁଛି। ଏଥିସହ ନ୍ୟାସନାଲ ଗେମ୍ସରେ ଆମ କ୍ରୀଡ଼ାବିତମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.