୬ଷ୍ଠ ଓଡ଼ଗାଁ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫ ପ୍ରଥମ ସେମିଫାଇନାଲ : ୦୪-୦୧ ଗୋଲରେ ଗଣ୍ଡରପୁର ଏଫସି କଟକ ବିଜୟୀ

0 1

 ଓଡ଼ଗାଁ ୨୪।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନିଷ୍ଟାଡିୟମ ଠାରେ ଚାଲିଥିବା ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ ଶୁକ୍ରବାର ତୃତୀୟ ଦିନ ପ୍ରଥମ ସେମିଫାଇନାଲ ମ୍ୟାଚ ଗଣ୍ଡରପୁର ଏଫସି କଟକ ୦୪-୦୧ଗୋଲରେ ଜଗା ୟୁନାଇଟେଡ ଭୁବନେଶ୍ୱରକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି।ଆଜିର ମ୍ୟାଚ ଅପରାହ୍ନ ୩.୪୦ରେ ଆରମ୍ଭ ହୋଇଥିବା ବେଳେ ବହୁତ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମାର୍ଦ୍ଧ ଖେଳର ୦୩.୫୯ ମିନିଟ ବେଳେ ଅର୍ଥାତ ୧୯ ମିନିଟ ପରେ ଗଣ୍ଡରପୁର ଏଫସି କଟକ ଦଳର ଜର୍ସି ନମ୍ବର (୧୦) ଅନ୍ତର୍ଯ୍ୟାମୀ ନାୟକ ପ୍ରତିପକ୍ଷ ଜଗା ୟୁନାଇଟେଡ଼କୁ ଗୋଟିଏ ଗୋଲ ଦେଇ ୦୧-୦ରେ ଅଗ୍ରଣୀ ରହିଲା। ୪.୧୬ ମିନିଟ ବେଳେ ଅର୍ଥାତ ୩୬ ମିନିଟ ପରେ ଗଣ୍ଡରପୁର କଟକର ଜର୍ସି ନମ୍ବର ୬ ଏସକେ ଫରିଦ୍ ଦ୍ବିତୀୟ ଗୋଲ ସ୍କୋର କରିବାରୁ ଦଳ ୨-୦ ଗୋଲରେ ଅଗ୍ରଣୀ ହେଲା । ୪.୪୧ ରେ ଦ୍ବିତୀୟାର୍ଦ୍ଧ ଖେଳ ଆରମ୍ଭ ହୋଇଥିବା ବେଳେ ୪.୫୬ ମିନିଟ୍ ସମୟରେ ଅର୍ଥାତ୍ ଦ୍ବିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାର ୧୫ ମିନିଟ୍ ପରେ ଜାଗା ୟୁନାଇଟେଡ଼ ଭୁବନେଶ୍ଵରର ଅଧିନାୟକ ୯ ନମ୍ବର ଜର୍ସି ରାମ ନାୟକ ପ୍ରତିପକ୍ଷଙ୍କୁ ପ୍ରଥମ ଗୋଲ ସ୍କୋର କରିଥିଲେ । ସ୍ଥିତି ୨-୧ ରେ ପହଞ୍ଚିଲା । ପୁଣି ୫.୧୬ ରେ ଗଣ୍ଡରପୁର କଟକ ୮ ନମ୍ବର ଜର୍ସି ୩ୟ ଗୋଲ ସ୍କୋର କରିବାର ୧୦ ମିନିଟ୍ ପରେ ଅର୍ଥାତ ୫.୨୬ ମିନିଟ୍ ବେଳେ ଗଣ୍ଡରପୁରର ଜର୍ସି ନମ୍ବର ୯ ବିକାଶ ପଡିହାରୀ ଅନ୍ୟ ଏକ ଗୋଲ୍ ଦେବାରୁ ଗଣ୍ଡରପୁର ଏଫସି କଟକ ୦୫-୦୧ ଗୋଲରେ ବିଜୟ ହାସଲ କରି ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା। ବିଜୟୀ ଦଳର ଜର୍ସି ନମ୍ବର ୬ ଏସକେ ଫରିଦ୍ ଆଜି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲେ। ରଘୁନାଥ ଷ୍ଟଡି କେୟାର, +୨ ସାଇନ୍ସ କୋଚିଂ ଓଡ଼ଗାଁର ନିର୍ଦ୍ଦେଶକଙ୍କ ଦ୍ବାରା ତାଙ୍କୁ ପୁରସ୍କୃତ କରାଯାଇଥିଲା । ଆଜିର ଖେଳରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଫୁଟବଲ ଟୁର୍ଣ୍ଣାମେଣ୍ଟର ସଙ୍ଗଠକ ସମ୍ପାଦକ ଲୋକନାଥ ସାହୁ, ଖେଳ ମଣିଷ ଦିବାକର ନାୟକ, ସମବାୟ ସମିତି ସଭାପତି ବିଭୁପ୍ରସାଦ ସାହୁ, ନିତ୍ୟାନନ୍ଦ ପ୍ରଧାନ, ପ୍ରମୁଖ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଜଗନ୍ନାଥ ପରିଡା, ଶଶୀକାନ୍ତ ଦାସିଆ,ରାଜୁ ମହାନ୍ତି, ପ୍ରସନ୍ନ ନାୟକ ଖେଳ ପରିଚାଳନା କରିଥିଲେ । ସୁଶାନ୍ତ ପାତ୍ର ଏବଂ ସାର୍ଥକ ଷଡ଼ଙ୍ଗୀ ଖେଳର ଧାରଣ ବିବରଣୀ ପ୍ରଦାନ କରିଥିଲେ । ଶନିବାର ଓଡ଼ଗାଁ ମିନି ଷ୍ଟାଡିୟମରେ ମଙ୍ଗଳା କ୍ଳବ୍ କଟକ ଏବଂ ସ୍ପୋର୍ଟସ ହଷ୍ଟେଲ କଟକ ମଧ୍ୟରେ ୨ୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

Leave A Reply

Your email address will not be published.