କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)-: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ବେଟୀ ବଚାଓ ବେଟୀ ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାନ୍ୟବର ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ ଏକ ଦଶନ୍ଧି ତଳେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହୋଦୟ ନିଜ ଦୂରଦୃଷ୍ଟିସମ୍ପନ୍ନ ବିଚାର ବଳରେ ଯେଉଁ ଉଦ୍ଦେଶ୍ୟ ରଖି ବେଟୀ ବଚାଓ ବେଟୀ ପଢ଼ାଓ ଅଭିଯାନ ଆରମ୍ଭ କରିଥିଲେ ତାହା ଆଜି ଫଳବତୀ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । କନ୍ୟାରତ୍ନ ମାନଙ୍କ ଶିକ୍ଷା ଓ ସୁରକ୍ଷା ସୁନିଶ୍ଚିତ କରିବା ସହ ବାଲ୍ୟ ବିବାହ, କନ୍ୟାଭ୍ରୂଣ ହତ୍ୟା ଆଦି ରୋକିବା ପାଇଁ ସାମୁହିକ ପ୍ରୟାସ କରି ଲିଙ୍ଗଗତ ତାରତମ୍ୟ ହ୍ରାସ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିରୂପେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିତା ନାଏକ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀ ବିଭୂତି ଭୂଷଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରୁପମା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ ଓ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ ବକ୍ତବ୍ୟ ରଖିଥିଲେ। ସକାଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦର ଧର ମହାଳିକ କନ୍ୟା ମାନଙ୍କ ସାଇକେଲ ଶୋଭାଯାତ୍ରାର ଉଦଘାଟନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post