ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୩/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସହକାରୀ ଶିକ୍ଷକ ସଂଘ (ଏକ୍ସ କେଡର) ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସହକାରୀ ଶିକ୍ଷକ ମହାସଂଘ ର ସାଧାରଣ ସମ୍ପାଦକ ହାନେଶ ପାତ୍ର ବାଘ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ଜିଲ୍ଲା ସଂଘର ଉପ ସଭାପତି ପ୍ରଦୀପ ପାଢ଼ୀ,ମଙ୍ଗଳା ବେହେରା, ଡାବୁଗାଁ ବ୍ଲକ ସହକାରୀ ଶିକ୍ଷକ ସଂଘର ଉପ ସଭାପତି ନରସିଂହ ମାଝୀ ଓ ଡାବୁଗାଁ ବ୍ଲକ ର ସମ୍ପାଦକ ଜିତେନ୍ଦ୍ର ମାଝୀ ପ୍ରମୁଖ ମଞ୍ଚାସିନ ଥିବା ବେଳେ ଜିଲ୍ଲା ସଂଘର ସମ୍ପାଦକ ଦିଲୀପ କୁମାର ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ। ସହକାରୀ ଶିକ୍ଷକ ସଂଘ ( ଏକ୍ସ କେଡର) ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏଠାରେ ଆଲୋଚନା ହୋଇଥିଲା। ବିଶେଷ କରି ଏକ୍ସ କେଡର ଶିକ୍ଷକ ମାନଙ୍କୁ କେଡର ଭୁକ୍ତ କରିବା, ଗଣ ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ କରିବା, ଇଂକ୍ରିମେଣ୍ଟ ପ୍ରଦାନ, ଗ୍ରାଚୁଇଟି, ଅନୁପୋଯଗ ଛୁଟି ଓ ଫାମିଲି ପେନସନ ଲାଗୁ କରାଯିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। କିଛି ବ୍ଲକ ର ସହକାରୀ ଶିକ୍ଷକ ମାନଙ୍କୁ ନିୟମିତ ଦରମା ମିଳିବାରେ ବିଳମ୍ବ ହେଉଥିବା ନେଇ କ୍ଷୋବ ପ୍ରକାଶ ପାଇଥିଲା। ସହକାରୀ ଶିକ୍ଷକ ସଂଘ ର ପ୍ରତ୍ୟେକ ଶିକ୍ଷକ ସଂଘ କାର୍ଯ୍ୟରେ ସହଯୋଗ କଲେ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ସହକାରୀ ଶିକ୍ଷକ ( ଏକ୍ସ କେଡର) ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା କୁ ଉପସ୍ଥାପନ କରାଯିବ ବୋଲି ରାଜ୍ୟ ସହକାରୀ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ହାନେଶ ପାତ୍ର ବାଘ ପ୍ରକାଶ କରିଥିଲେ।ସହକାରୀ ଶିକ୍ଷକ ସଂଘର ଏହି ବୈଠକ ରେ କୋଷାଗୁମୁଡା ବ୍ଲକ ସଭାପତି ଅବଦୁଲ ଜଳିଲ, ପାପଡାହାଣ୍ଡି ବ୍ଲକ ସଭାପତି ମେଘାସ୍ଥିନ ଜାଲ,ଉମରକୋଟ ବ୍ଲକ ସଭାପତି ସଭାପତି ଗଣ୍ଡ,ଝରିଗାଁ ବ୍ଲକ ସଭାପତି ମୂରଲୀଧର ନାୟକ, ରାଇଘର ବ୍ଲକ ସଭାପତି ଖେଚୁଡୁ ଦାସ ପନକା, ନନ୍ଦା ହାଣ୍ଡି ବ୍ଲକ ସଭାପତି ବନମାଳୀ ମହାଙ୍କୁଡ, ଚନ୍ଦା ହାଣ୍ଡି ବ୍ଲକ ସଭାପତି ଅମିତ ଖମାରି, ନବରଙ୍ଗପୁର ବ୍ଲକ ଉପ ସଭାପତି କାମଦେବ ଧାକଡ ତଥା ୧୦ ଗୋଟି ବ୍ଲକ ର ଶତାଧିକ ସହକାରୀ ଶିକ୍ଷକ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.