ପଦ୍ମପୁର :- ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଦିବସ ଉପଲକ୍ଷ୍ୟେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରୀ କରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ସଂକୁଳ ପ୍ରମୁଖ ଡ଼ଃ.ଦ୍ଵାଦଶ କୁ. ପଧାନ, ସମ୍ପାଦକ ଶ୍ରୀଯୁକ୍ତ ଜନକଲାଲ ମେହେର,ଉପ ସଭାପତି ଶ୍ରୀଯୁକ୍ତ ଗୋପାଳ ପ୍ରସାଦ ମିଶ୍ର,ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ, ପୂର୍ବ ଛାତ୍ର ସଂସଦର ସଭାପତି ଶ୍ରୀଯୁକ୍ତ ପ୍ରିତେଶ ବହିଦାର,ସମ୍ପାଦକ ଶ୍ରୀଯୁକ୍ତ ହିତେଶ କୁମାର ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ । ଭଉଣୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେପରେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଅତିଥି ପରିଚୟ , ସ୍ଵାଗତ ଭାଷଣ ଓ ଉଦେଶ୍ୟ କଥନ କରିଥିଲେ । ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ପୁରାତନ ଛାତ୍ର ସଂସଦର ସଦସ୍ୟ ହିତେଶ ରଞ୍ଜନ ମେହେର ବୌଦ୍ଧିକ ପ୍ରଦାନ କରିଥିଲେ । ନୂତନ ଛାତ୍ର ସଂସଦର ସଭାପତି ଭାବରେ ଗୁଣନିଧି ପଟେଲ, ଉପସଭାପତି ସୁରଜ ଅଗ୍ରୱାଲ,ସଂପାଦକ ଅଜୟ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଡ଼ାଃ ଭରତ ସାହୁ,କୋଷାଧକ୍ଷ ସୁଶୀଳ କୁ. ଅଗ୍ରୱ।ଲ,ସଦସ୍ୟା ମଧୁସ୍ମିତ। ଦୋରା (ଆଡ଼ଭୋକେଟ୍) ଓ ସ୍ଵାତୀ ସାହୁ, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶାନ୍ତାନୁ ତ୍ରିପାଠୀ, ପ୍ରିତେଶ ବହିଦାର, ସୁନୀଳ ଅଗ୍ରୱ।ଲ, ଶୁଭମ ପଟ୍ଟନାୟକଙ୍କୁ ଶ୍ରୀଯୁକ୍ତ ପ୍ରିତେଶ ବହିଦାର ନୂତନ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଡଃ. ଦ୍ଵାଦଶ କୁ. ପଧାନ ନୂତନ ଛାତ୍ର ସଂସଦର ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଭକ୍ତ କାର୍ଯ୍ୟକ୍ରମରେ ଅନେକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାକୁ ଆଗେଇ ନେଇଥିଲେ । ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post