ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ମହାନ୍ ବିପ୍ଳବୀ, ସ୍ବାଧୀନ ସଂଗ୍ରାମୀ, ବୀର ସୁରେନ୍ଦ୍ର ସାଏ, ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ପାଳିତ।

0

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ କଲ୍ୟାଣ ସଂଘ କାର୍ଯ୍ୟାଳୟ ଠାରେ ମହାନ୍ ବିପ୍ଳବୀ, ସ୍ବାଧୀନ ସଂଗ୍ରାମୀ, ବୀର ସୁରେନ୍ଦ୍ର ସାଏ, ଏବଂ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜନ୍ମ ଜୟନ୍ତୀ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ବ୍ଲକ ସଭାପତି ସୁରେଶ ଭୋଇ ଙ୍କ ତତ୍ବାବଧାନ ରେ ପାଲିତ ହୋଇ ଯାଇଛି । ମହାନ୍ ବିପ୍ଲବୀ
ଙ୍କ ପ୍ରତି ମୂର୍ତ୍ତୀ ରେ ପୁଷ୍ପମାଳ ଅର୍ପଣ କରି ଦୀପ ପ୍ରଜ୍ବଳନ କରାଯାଇଥିଲା । ଜୟନ୍ତୀ ପାଳନ ଅବସରରେ ଶ୍ୟାମ ସୁନ୍ଦର ଭୋଇ ମୁଖ୍ୟ ଉପଦେଷ୍ଟା ଭାବେ ଯୋଗଦେଇ ସଭା
କାର୍ଯ୍ୟ ପରିଚାଳନା କରି ଥିଲେ ଓ ଅବଧୂତ ଆଡବାଙ୍କ,ଯୁବରାଜ ସିଂହ ବରିହା, ସୁରେନ୍ଦ୍ର କୁଅର, ବିରଞ୍ଚି ବରିହା,ଟଙ୍କଧର ଭୋଇ, ଧୁବା ଭୁଏ, ଥବିର ମିର୍ଜା, ବିଶ୍ବ ସେଠୀ,ଜଗଦିଶ ପୁଟା, ବିଷ୍ଣୁ ବରିହା, ହେମାସାଗର ଦାସ ଏବଂ ଆଇନ ଜିବି ବୀରେନ୍ଦ୍ର କୁମାର ଦଣ୍ଡସେନା ଉପସ୍ଥିତ ଥିଲେ ।

Leave A Reply

Your email address will not be published.