ଝାରବନ୍ଧ ବ୍ଲକ ରେ ବିଡ଼ିଓ ଭାବେ ପର୍ଶୁରାମ ପଣ୍ଡାଙ୍କ ଦାୟିତ୍ୱ ଗ୍ରହଣ।

0

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ଦ୍ଵିତୀୟ ଥର ପାଇଁ ଦକ୍ଷ ପ୍ରଶାସକ ଅଧିକାରୀ ପର୍ଶୁରାମ ପଣ୍ଡା ବିଡ଼ିଓ ଭାବେ ଯୋଗ ଦେବା ପରେ ବ୍ଲକ ର ସମସ୍ତ କର୍ମଚାରୀ ଓ ଜନପ୍ରତିନିଧି ଙ୍କ ପକ୍ଷରୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ୨୦୧୯ କରୋନା ସମୟ ରେ ଝାରବନ୍ଧା ଠରେ ଅତିରିକ୍ତ ତହସିଲଦାର ଦାୟିତ୍ୱ ରେ ଥିଲେ। ସରକାର ଙ୍କ ସମସ୍ତ ଜନ ମଙ୍ଗଳ ଯୋଜନା ଗୁଡିକ ଉତ୍ତମ ଭାବେ ଜନସାଧାରଣ ଙ୍କ ନିକଟ ରେ ପହଞ୍ଚାଇବା କାର୍ଯ୍ୟ କରିବି ବୋଲି ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି। ତେଣୁ ଗ୍ରାମାଞ୍ଚଲ ବିକାଶ ଯୋଜନା ସଠିକ ଭାବେ ରୂପାୟନ ହୋଇପାରିବ ବୋଲି ବ୍ଲକବାସୀ ଆଶା ରଖିଛନ୍ତି।

Leave A Reply

Your email address will not be published.