ଦୁଇ କିଲୋ ଗଞ୍ଜେଇ ସହିତ ଜଣେ ଗିରଫ

0

ବାସୁଦେବପୁର: । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ବାରାପୁର ଗ୍ରାମ ରୁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଦୁଇ କିଲୋ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ବ୍ୟବସାୟୀ କୁ ବାସୁଦେବପୁର ଅବକାରୀ ବିଭାଗ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ସୁପରିଟେଣ୍ଟ ନରୋତ୍ତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ବାସୁଦେବପୁର ଅବକାରୀ ଇନ୍ସପେକ୍ଟର ମଧୁସୂଦନ ସାହୁ, ଓ.ଆଇ.ସି. ନଟବର ମଳିକ ଓ ଷ୍ଟାଫ୍ ସୁମନ୍ତ ମହାନ୍ତି, ଖଗେଶ୍ବର ଜେନା, ସୁଭଦ୍ରା ବାରିକ୍ ସମେତ ଏକ ସ୍ବତନ୍ତ୍ର ଟିମ୍ ବାରାପୁର ଗ୍ରାମ ରେ ଆଜି ସକାଳ ୮:୧୦ ସମୟରେ ଅତିରିକ୍ତ ଭାବରେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ରେ ବାରାପୁର ଗ୍ରାମ ର ୫୪ ବର୍ଷିୟ ଆସାମୀ ସନାତନ ମହାରଣା କୁ ଗିରଫ କରିବା ସହିତ ତାଙ୍କ ପାଖରୁ ଦୁଇ କିଲୋ ଗଞ୍ଜେଇ ଜବତ୍ କରିଛନ୍ତି। ଏଥିସହିତ ଆସାମୀ ସନାତନ ମହାରଣା ଙ୍କ ବିରୋଧ ରେ ୯୦/୨୫ କେଶ୍ ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ ଏନ୍. ଡ଼ି. ପି. ଏସ. ଧାରା ୪୧(୧) ଓ ଧାରା ୪୧(୨)ରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ ଆସାମୀ ସନାତନ ମହାରଣା ପୂର୍ବରୁ ଗଞ୍ଜେଇ ସହିତ ଧରାପଡ଼ି କୋର୍ଟ ଚାଲାଣ ହୋଇଥିଲା। ବାରମ୍ବାର ଧରାପଡ଼ି ଜେଲ ଯାଇଥିବା ଆସାମୀ ପୁନର୍ବାର ଗଞ୍ଜେଇ ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। ସରକାର ଙ୍କ ପକ୍ଷରୁ ଏହି ଅବକାରୀ ଜିନିଷ ର କାରବାର ଉପରେ କଢା ଆଇନ ପ୍ରଣୟନ କଲେ ଏଥିରେ ସୁଧାର ଆସିପାରିବ ବୋଲି ସାଧାରଣ ରେ ଆଲୋଚନା ହେଉଛି।

Leave A Reply

Your email address will not be published.